ଖୁବଶୀଘ୍ର ଆସିବାକୁ ଯାଉଛି ଜିମେଲ୍ ର ପ୍ରତିଦ୍ୱନ୍ଦୀ । ଇମେଲ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ବିଶ୍ୱର ଅରବପତି ଏଲନ ମସ୍କ । ମସ୍କ ଗୁଗଲର ଇମେଲ୍ ସେବା ଯୋଗାଉଥିବା ଜିମେଲକୁ ଟକ୍କର ଦେବା ପାଇଁ ଏକ୍ସମେଲ ନାମକ ଏକ ନୂଆ ଇମେଲ୍ ବ୍ୟବସ୍ଥା ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ କଥାବାର୍ତ୍ତା ସମୟରେ ଏଭଳି କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେ ଖୁବଶୀଘ୍ର ଏକ୍ସମେଲ ନାମକ ଏକ ପ୍ରଡକ୍ଟ ଆସିବାକୁ ଯାଉଛି । ତେବେ ନିକଟରେ ଚର୍ଚ୍ଚା ହେଉଥିଲା କି, ଗୁଗଲର ଲୋକପ୍ରିୟ ଜିମେଲ୍ ବନ୍ଦ ହୋଇଯିବ । ଚଳିତ ବର୍ଷ ଅଗଷ୍ଟ ମାସରୁ ଗୁଗଲ ଜିମେଲ୍ ସୁବିଧା ବନ୍ଦ କରିଦେବ । ଆଗକୁ ଆଉ ପ୍ଲାଟଫର୍ମରେ ମେଲ୍ ସେଣ୍ଟ, ରିସିଭ କିମ୍ବା ଷ୍ଟୋର ହୋଇପାରିବ ନାହିଁ ବୋଲି ସୋସିଆଲ ମିଡିଆରେ ଦାବି କରାଯାଉଥିଲା । ଆଉ ଏହି ସମୟରେ ମସ୍କଙ୍କ ଏକ୍ସମେଲ ଆସୁଥିବା ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଦେଇଛି । ସେପଟେ ଗୁଗଲ୍, ଜିମେଲ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଖଣ୍ଡନ କରିଛି । ପ୍ଲାଟଫର୍ମ ଜିମେଲ୍ ସେବା ବନ୍ଦ କରିବ ନାହିଁ ବୋଲି ଗୁଗଲ ସୂଚନା ଦେଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025