ଆହୁରି କଲବଲ କରିବ ଗ୍ରୀଷ୍ମ ତାତି । ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହାର ପ୍ରଭାବରେ ଅସହ୍ୟ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେବ ବୋଲି ସୂଚନା ମିଳିଛି । ଏପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝଡି ତୋଫାନ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ମଧ୍ୟ ଜାରି କରିଛି । ଆଜି ପାଇଁ ୩ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ବାକି ୧୧ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପାଇଁ ୟେଲୋ ସତର୍କତା ଜାରି ହୋଇଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୨ ତାରିଖ ଯାଏ ଝଡ଼ ତୋଫାନ ନେଇ ସତର୍କତା ଜାରି କରିଛି ଏଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

You can share this post!
author