ମାଘ ମାସରେ ବାଘ ଭଳି ଶୀତ ହେବା କଥା। କିନ୍ତୁ ଶୀତର କୌଣସି ଦେଖା ଦର୍ଶନ ନାହିଁ। ମାଘ ମାସରେ ଗ୍ରୀଷ୍ମ ପରି ଟାଣ ଖରା ହେଉଛି। ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି। ଆଗକୁ ବି ରାତିର ତାପମାତ୍ରା ଆହୁରି ବଢ଼ିବ। ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ରହିବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର କହିଛି ଯେ ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୨ ଦିନରେ ରାତିର ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏ ବୃଦ୍ଧି ପାରଇବାର ସମ୍ଭାବନା ରହିଛି। ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ୬ରୁ ୭ ଦିନ ଯାଏ ଶୀତର କୌଣସି ସମ୍ଭାବନା ନଥିବା କେନ୍ଦ୍ର କହିଛି।

You can share this post!
author