ଆହୁରି 5ଦିନ ହେବ ଗ୍ରୀଷ୍ମ ପ୍ରବାହ

ଆହୁରି 5ଦିନ ହେବ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଅସମ୍ଭାଳ ହେଉଛି ତାତି । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଅସହ୍ୟ ଖରାରେ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଉଷ୍ମ ଓ ଆର୍ଦ୍ର ପାଣିପାଗ ପାଇଁ ସ୍ଥିତି ସଙ୍ଗୀନ ହୋଇଛି । ଏପ୍ରିଲ ମାସରେ ସ୍ୱାଭାବିକ ଭାବେ ୧ରୁ ୩ ଦିନ ଗ୍ରୀଷ୍ମପ୍ରବାହ ହୋଇଥାଏ । କିନ୍ତୁ ମଙ୍ଗଳବାର ସୁଦ୍ଧା ୩ ଦିନ ଗ୍ରୀଷ୍ମପ୍ରବାହ ହୋଇସାରିଛି । ଆହୁରି ୫ଦିନ ଗ୍ରୀଷ୍ମପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ସକାଳ 8ଟାରୁ 35 ଡିଗ୍ରୀ ଛୁଉଁଛି ତାପମାତ୍ରା । । ଏଥିପାଇଁ ଗ୍ରୀଷ୍ମପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ଚେତାବନୀ ଅନୁସାରେ, ଏଥର ଏପ୍ରିଲ ମାସରେ ସର୍ବାଧିକ ଦିନ ଗ୍ରୀଷ୍ମପ୍ରବାହ ହେବ ।

author

Related Articles

Leave a Reply

Your email address will not be published. Required fields are marked *