ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍…

ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍…

ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ଚଳିତ ବର୍ଷ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ୭୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ହୋଇଥିବା ବେଳେ ଏବେ ସାରା ରାଜ୍ୟରେ ଏହା ଲାଗୁ କରାଯିବ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ମିଳିତ ଭାବେ ଏମଓୟୁ ସ୍ୱାକ୍ଷର ହେବ । ସାଢେ ୩ କୋଟି ଲୋକଙ୍କୁ ସ୍ୱତନ୍ତ୍ର କାର୍ଡ ଦିଆଯିବ । କାଶ୍ମୀରରୁ କନ୍ୟାକୁମାରୀ ପର‌୍ୟ୍ୟନ୍ତ ୨୭ ହଜାର ହସ୍ପିଟାଲରେ ଏହାର ସୁଯୋଗ ପାଇବେ ଲୋକେ । ସେହିପରି ସରକାରୀ ହସ୍ପିଟାଲରେ ରେଡାୟୋଗ୍ରାଫର୍ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୫୦ ଜଣ ରେଡିୟୋଗ୍ରଫରଙ୍କୁ ଦିଆଯିବ ନିଯୁକ୍ତି ପତ୍ର । ରେଡ଼ିଓଗ୍ରାଫି ଦ୍ଵାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହେବ ।

author

Related Articles

Leave a Reply

Your email address will not be published. Required fields are marked *