ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ । ପ୍ରୟାସକାନ୍ତି ସାମଲ ଆଜି ଇଡିରେ ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲରେ ସେ ଆଜି ଇଡିରେ ହାଜର ହୋଇଛନ୍ତି । କିଛି ଦିନ ତଳେ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଇଡିରେ ହାଜର ହୋଇଥିଲେ । ଦୀର୍ଘ ଘଣ୍ଟା ଧରି ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀ ପଚରଉଚରା କରିଥିଲେ । ଏହା ପୂର୍ବରୁ ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ୍ କରିଥିଲା ଇଡି । ଗୋଟିଏ କାର ସହ ୯ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହା ପରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା ।

You can share this post!
author