ଇଡିର ସପ୍ତମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଇଡିର ସପ୍ତମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଇଡିର ସପ୍ତମ ସମନକୁ ବି ଏଡାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅବକାରୀ ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଇଡି ପଠାଇଥିବା ସପ୍ତମ ସମନକୁ ବି ଏଡାଇ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଛି, ତେଣୁ ଏଜେନ୍ସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ଆପ୍ କହିଛି ଯେ, ଆମେ ଆଇନଗତ ପ୍ରକ୍ରିୟାକୁ ସମ୍ମାନ ଦେଉଛୁ। ତଦନ୍ତକାରୀ ସଂସ୍ଥା ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ କରିବା ପରିବର୍ତ୍ତେ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଅନୁରୋଧ କରୁଛୁ। ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ଅଛି। ଦୈନିକ ସମନ ପଠାଇବା ପରିବର୍ତ୍ତେ ଇଡି ଧୈର୍ଯ୍ୟ ର ସହ କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି ଆପ୍ କହିଛି।

author

Related Articles

Leave a Reply

Your email address will not be published. Required fields are marked *