ଇଡି ଖେଳ ଖେଳୁଛନ୍ତି ମୋହନ…ପ୍ରମିଳା-ନିରଞ୍ଜନଙ୍କ ପରେ କିଏ ?

ଇଡି ଖେଳ ଖେଳୁଛନ୍ତି ମୋହନ…ପ୍ରମିଳା-ନିରଞ୍ଜନଙ୍କ ପରେ କିଏ ?

ଇଡି ସିବିଆଇ ଖେଳ ଖେଳୁଛନ୍ତି ମୋହନ ସରକାର । ଖୋଲୁଛି ରାଜନେତା ଓ ବଡ ବଡ ଅଫିସରଙ୍କ ଦୁର୍ନୀତିର ପେଡି ।  ରାଜ୍ୟରେ ନୂଆ ସରକାର ଆସିବା ଦିନରୁ ଯେଉଁଭଳି ଭାବେ ସରକାରୀ ଅଫିସର ଓ ରାଜନେତାଙ୍କ ଘରେ ଇଡି ରେଡ କରୁଛି ତାହା ଏବେ ବଡ ବଡ ଅଫିସର ଓ ଦୁର୍ନୀତି ଗ୍ରସ୍ତ ରାଜନେତାଙ୍କ ମନରେ ଭୟ ସୃଷ୍ଟି କରିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ମାତ୍ର ଛଅମାସ ହୋଇଛି କିନ୍ତୁ ଛଅମାସ ମଧ୍ୟରେ ସରକାରୀ ଅଫିସରଙ୍କ ଠାରୁ ଆରମ୍ଭ କରି ବଡ ବଡ ରାଜନେତାଙ୍କ ଉପରେ ଇଡି ପ୍ରହାର କରୁଛନ୍ତି ମୋହନ ସରକାର ।

ନିକଟରେ ବରିଷ୍ଠ ଆଇଏସ ତଥା ସରକାରଙ୍କ ଗୁରୁତ୍ୱପୂରର୍ଣ୍ଣ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଓ ଏହାପରେ ପରେ ବିଜେଡି ବିଧାୟିକା ତଥା ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସଂସ୍ଥା ବିଶ୍ୱ ଏନଜିଓ ଉପରେ ଇଡି ରେଡ ଘଟଣା ଓ ଏହାର ଠିକ ପରେ ପରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ ଏସବୁକୁ ଆମେ ଯଦି ଦେଖିବା ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶାସକ ଦଳ ଟାର୍ଗେଟରେ ଦୁଇ ବିରୋଧି ଦଳ ବିଜେଡି ଓ କଂଗ୍ରେସ ।

ତେବେ ବର୍ତ୍ତମାନ ରାଜ୍ୟରେ ଲଗାତାର ଭାବେ ଇଡି ରେଡ ଚାଲିଛି ଏବଂ ଏହି ଇଡି ରେଡ ପାଇଁ ରାଜ୍ୟ ସରକାରଙ୍କ ଚାପ ପଡୁଛି ବୋଲି କୁହାଯାଉଛି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ବେଆଇନ ଅର୍ଥ କାରବାର ମାମଲାରେ ଇଡି ରେଡ ହୋଇଥିଲା । ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଇଥିଲା କି ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ବିଜେଡିର ଦୁର୍ନିତି ଖୋର ନେତାମାନଙ୍କ ଅସଲ ମୁଖା ଖୋଲିବ । ଏବଂ ବର୍ତ୍ତମାନ ଇଡି ଜାଲରେ ଫସିଛନ୍ତି ଏହି ଦୁଇ ନେତା । ତେବେ ଚର୍ଚ୍ଚା ଜାଣିଶୁଣି ଇଡି ଚାଲ ଖେଳୁଛି ଭାରତୀୟ ଜନତା ପାର୍ଟି । ପ୍ରମିଳା ଓ ନିରଞ୍ଜନଙ୍କ ପରେ ଆଉ କେଉଁ ଦୁଇ ବଡ ବଡ ଅଫିସର ଇଡି ଜାଲରେ ଛନ୍ଦି ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *