ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କଲେ ମମତା ଦିଦି ହେଲେ ଏପଟେ ଅଡୁଆରେ ପଡିଛନ୍ତି ରାଜ୍ୟ ସରକାର । କେବଳ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ତାହା ନୁହେଁ ବରଂ ତାହାକୁ ଜଗନ୍ନାଥ ଧାମର ନାମ ବି ଦେଲେ । ସାରା ବିଶ୍ୱ ଜାଣିଛି ଚାରିଧାମ ମଧ୍ୟରୁ ଗୋଟିଏ ଶ୍ରେଷ୍ଠ ଧାମ ହେଉଛି ପୁରୀର ଶ୍ରୀଜଗନ୍ନାଥ ଧାମ । କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ ଉଦ୍ଧେଶ୍ୟ ରଖି ଜଗନ୍ନାଥ ଧାମ ପ୍ରତିଷ୍ଠା କରିବା ଏବେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ବାରମ୍ୱାର ତାଗିଦ ପରେ ମମତା ଦିଦି ମାନିଲେ ନାହିଁ । ବରଂ ଅମାନିଆ ଦିଦିଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ ହେଲେ ଦିଦି ଶୁଣିବାକୁ ନାରାଜ । ରସଗୋଲା ପରି ଶ୍ରୀଜଗନ୍ନାଥଙ୍କୁ ମମତା ଦିଦି ନେଇଗଲେ ହେଲେ ମୋହନ ସରକାର କିଛି କରିପାରିଲେ ନାହିଁ । ଚାହିଁ ବସିଛନ୍ତି ମୋହନ କୋଟି ଓଡିଆଙ୍କ ମଉଡମଣି ଅସଂଖ୍ୟ ଭକ୍ତଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୈତିକ ପାଲା ଆରମ୍ଭ କରିଛନ୍ତି ମମତା ଦିଦି । ଦୀର୍ଘ ଦିନ ବିତି ସାରିଥିଲେ ସୁଦ୍ଧା ଏହି ବିବାଦ କମିବାର ନାଁ ଧରୁନି ।
ପୁରୀରେ ଜଗନ୍ନାଥ ସେନା ବିପକ୍ଷରୁ ଦିଦିଙ୍କ କୁଶପୁତ୍ତଳିକା ଦାହ କରାଗଲା ବିରୋଧ ମଧ୍ୟ କରାଗଲା ହେଲେ ନାଁ ଦିଦି ଶୁଣିଲେ ନାହିଁ । ଆଉ ଏବେ ପୁଣି ସେହି ଜଗନ୍ନାଥ ଧାମକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ଏବେ ଦିଦି ନୁହେଁ ବରଂ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଉପରକୁ ଆଙ୍ଗୁଛି ଉଠାଇଛି ଜଗନ୍ନାଥ ସେନା । ଜଗନ୍ନାଥ ସେନା ଆବହକ ପିକୁ ପଟ୍ଟନାୟକ ଭିଡିଓ ଜାରି କରି ସିଧା ସିଧା ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ପୁରୀର ସମସ୍ତ ମଠକୁ ଗୋଟିଏ ସ୍ଥାନକୁ ନେବା ପାଇଁ ସରକାର ନେଇଥିବା ନିଷ୍ପତ୍ତକୁ ବିରୋଧ କରିଛି ଜଗନ୍ନାଥ ସେନା । ଖାଲି ସେତିକି ନୁହେଁ ବରଂ ରଥ ଚକ ନିର୍ମାଣ ହେବା ପାଇଁ କାଠର ଅଭାବ ହୋଇଥିବା ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଛି ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ।
ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ହେବା ପୂର୍ବରୁ ନିଜ ନିର୍ବାଚନରେ ରତ୍ନଭଣ୍ଡାର ଚାବି ଓ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପ୍ରସଙ୍ଗ ନେଇ ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିନଥିବା ବେଳେ ଜଗନ୍ନାଥ ଧାମରେ ମହାପ୍ରଭୁଙ୍କ ନାନା କାର୍ଯ୍ୟରେ ବାଧା ସୃଷ୍ଟି ହେବା ଏବଂ ସରକାର ଏଥିପ୍ରତି ଧ୍ୟାନ ନେଦବା ପ୍ରସଙ୍ଗରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ।
ବ୍ୟୁରୋ ରିପୋର୍ଟ ରିଓ ନିୟୁଜ