ମହଙ୍ଗା ହେବାକୁ ଯାଉଛି ସୁନାଦର । ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସୁନା ବଜାର ଉପରେ ପଡ଼ିପାରେ । ୩ ହଜାର ଟଙ୍କା ବଢିପାରେ ସୁନା ଦର । ଏବେ ସୁନା ଦର ୧୦ ଗ୍ରାମ ପିଛା ୮୭୪ ଟଙ୍କା ବୃଦ୍ଧି ପାଇ ୫୭ ହଜାର ୪୧୫ ଟଙ୍କାରେ ପହଞ୍ଚିଛି । ଯୁଦ୍ଧ ଯଦି ଏପରି ଜାରି ରୁହେ, ସୁନା ଦର ଆହୁରି ବଢିବାର ଆଶଙ୍କା କରାଯାଉଛି। ସୁନା ମୂଲ୍ୟ ବଢୁଥିବାରୁ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣ ଋତୁରେ ଗ୍ରାହକମାନେ ଅଧିକ ସୁନା ବଦଳାଇପାରନ୍ତି । ସହରାଞ୍ଚଳର ଗ୍ରାହକମାନେ 30 ପ୍ରତିଶତ ସୁନା ବଦଳାଇ ପାରନ୍ତି ଏବଂ ଗ୍ରାମାଞ୍ଚଳରେ 35 ପ୍ରତିଶତ ପର୍ଯ୍ୟନ୍ତ ସୁନା ବଦଳାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

You can share this post!
author