ଇସ୍ରୋ ପରିଦର୍ଶନରେ ଯିବେ ସେଣ୍ଟ ଜାଭିୟର୍ସ ସ୍କୁଲର ୩୦ ବିଦ୍ୟାର୍ଥୀ।

ଇସ୍ରୋ ପରିଦର୍ଶନରେ ଯିବେ ସେଣ୍ଟ ଜାଭିୟର୍ସ ସ୍କୁଲର ୩୦ ବିଦ୍ୟାର୍ଥୀ।

ବ୍ରହ୍ମପୁର ସେଣ୍ଟ ଜାଭିୟର୍ସ ସ୍କୁଲର ବିଦ୍ୟାର୍ଥୀ ଏଜୁକେସନାଲ୍ ଟ୍ରିପରେ ଯିବେ ଇସ୍ରୋ । ସେପ୍ଟେମ୍ୱର ୧୪ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱାନ ସ୍ପେସ ସେଣ୍ଟର୍ ପରିଦର୍ଶନ କରିବେ ଛାତ୍ରଛାତ୍ରୀ।ଏହୀ ଟ୍ରିପରେ ଅନୁଷ୍ଠାନର ୩୦ଜଣ ଛାତ୍ରଛାତ୍ରୀଙ୍କ ସହ ୫ଜଣ ଶିକ୍ଷକ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି।ପ୍ରଥମ ଥର ପାଇଁ ବ୍ରହ୍ମପୁର ରୁ କୌଣସି ଏକ ଶିକ୍ଷାନୁଷ୍ଠାନ ମହାକାଶ ଗବେଷଣା କେନ୍ଦ୍ର ବୁଲିବା ଲାଗି ଏକ ନିଆରା ପଦେକ୍ଷପ ନେଇଛନ୍ତି। ଇସ୍ରୋ ଯିବା ପାଇଁ ବ୍ରହ୍ମପୁରରେ ଥିବା ସମସ୍ତ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଚୟନ ପ୍ରକିୟା ହୋଇଥିଲା।ଏହି ଚୟନ ପ୍ରକିୟାକୁ ଇସ୍ରୋ ପକ୍ଷରୁ ଜଣେ କନିଷ୍ଠ ବୈଜ୍ଞାନିକ ପରିଚାଳନା କରିଥିଲେ।ଶେଷରେ ୩୦ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିଛି।ଏହି ଏଜୁକେସନାଲ୍ ଟ୍ରିପ ପାଞ୍ଚଦିନିଆ ଯାତ୍ରା ରହିଛି। ଶ୍ରୀହରିକୋଟା ଗବେଷଣା ଓ ଉତକ୍ଷେପଣ କେନ୍ଦ୍ର ପରିଦର୍ଶନ କରିଲେ ଛାତ୍ରଛାତ୍ରୀ ମାନେ ମହାକାଶ ଗବେଷଣାର ଉପଗ୍ରହ ଓ ରକେଟ ଲଞ୍ଚିଁ ବିଷୟରେ ଅନେକ ପ୍ରାକ୍ଟିକାଲ ଜ୍ଞାନ ଆହରଣ କରିପାରିବେ ବୋଲି ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପରିଚାଳନା ନିର୍ଦ୍ଦେଶକ ଇଂ. କୁନାଲ କୌଶିକି ପଣ୍ଡା କହିଛନ୍ତି।କିଛି ଦିନ ପୂର୍ବେ ଅନୁଷ୍ଠାନର ପାଞ୍ଚଜଣ ଛାତ୍ରଛାତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହୋଦୟଙ୍କୁ ରାଷ୍ଟ୍ରପତିଭବନରେ ରାକ୍ଷୀପୂର୍ଣ୍ଣିମା ଅବସରରେ ସାକ୍ଷାତକାର କରିଥିଲେ। କିଛି ସମୟ ସେଠାରେ ବୁଲାବୁଲି କରିବ ସହିତ ରାଷ୍ଟ୍ରପତିଙ୍କ ସହ ଫୋଟ ଉଠାଇଥିଲେ ଏବଂ ବିଦ୍ୟାର୍ଥୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ପ୍ରତିଛବି ଅଙ୍କନ ତୂଳୀ ଫୋଟକୁ ପ୍ରଦାନ କରିଥିଲେ। ଜୀବନରେ କିପରି ସଫଳ ବିଦ୍ୟାର୍ଥୀ ହୋଇ ଜାତିର ଟେକ ରଖିବ ଏବଂ ଭବିଷ୍ୟତରେ ନିଜ ଲକ୍ଷ ସ୍ଥଳରେ କିପରି ପହଞ୍ଚି ହେବ ସେଥି ଉପରେ ଉପଦେଶ ପ୍ରଦାନ କରିଥିଲେ।ଆଜି ଅନୁଷ୍ଠାନ ତରଫରୁ ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *