ମୁଣ୍ଡ ନେଉଛି ମୋ ବସ୍ । ଚୁପ ବସିଛନ୍ତି ସରକାର । ରାଜଧାନୀରେ ଉତପାତ ମତଉଛି ମୋ ବସ୍ । ମୋ ବସ୍ ଏବେ ମର୍ଡର ବସ ପାଲଟିଛି । ଏ କଥା ଆମର ନୁହେଁ ବରଂ ମୋ ବସ୍ ର ଏପରି କାର୍ନାମା ଦେଖି ଲୋକମାନେ ଏବେ ଏମିତି କିଛି କହିଲେଣି । ରାଜଧାନୀରେ ଗୋଟିଏ ପରେ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ମୋ ବସ । ସାଧାରଣ ଲୋକଙ୍କ ପାଇଁ ଯାତାୟତର ମାଧ୍ୟମ ପାଲଟିଥିବା ମୋ ବସ ଏବେ ଯମ ପାଲଟିଯାଇଛି । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ସାଧାରଣ ଜନତାଙ୍କ ଜୀବନ ନେଉଛି । ତଥ୍ୟ ଅନୁଯାୟୀ ଗତ ଚାରିମାସ ଭିତରେ ମୋ ବସ 4 ଜଣଙ୍କୁ ମାରିବା ସହିତ 20ରୁ ଅଧିକ ଲୋକ ପଙ୍ଗୁ ହୋଇଛନ୍ତି । ସାମାଜିକ ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଛି ଏବେ ମୋ ବସର ଦୁର୍ଘଟଣା ।
ଶୁକ୍ରବାର ପାତ୍ରପଡାରେ ଜଣେ ମହିଳା ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ କିଲୋମିଟର ଘୋଷାଡି ନେଇଥିଲା ମୋ ବସ୍ । ଏଥିରେ ମହିଳାଙ୍କ ମୃତ୍ୟ ହେବ ସହ 4 ଜଣ ଗୁରୁତର ହେଲେ । ଏବଂ ସେହି ଗୁରୁତରଙ୍କ ମଧ୍ୟରୁ ସୋମବାର ଜଣଙ୍କର ମୃତ୍ୟ ଘଟିଛି । ତେବେ ମୋ ବସ ର ବେପେରୁଆ ଗାଡିଚାଳନା ନେଇ କଣ କହୁଛନ୍ତି ମୃତକଙ୍କ ସମ୍ପର୍କୀୟ ପରିଚାଳନା ସଂସ୍ଥାର ମନମାନି ଯୋଗୁଁ ବାରମ୍ୱାର ଦୁର୍ଘଟଣା ଘଟୁଥିଲା ଅଭିଯୋଗ ହେଉଛି । ତେବେ ମୋ ବସ୍ ଦୁର୍ଘଟଣା ରାଜ୍ୟରେ ଏବେ ଗୋଟେ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । କ୍ରୁଟ ଉପଯୁକ୍ତ ଓ ପ୍ରଶିକ୍ଷଣ ଡ୍ରାଇଭରଙ୍କୁ ହିଁ ନିଯୁକ୍ତ କରିବା ଉଚିତ ବୋଲି ଦାବି ଉଠିଛି ।
