ଉଠୁଛି ପଡୁଛି ଯାଜପୁର ରାତା ରାତି ଏତେ ପୋଲିସ !

ଉଠୁଛି ପଡୁଛି ଯାଜପୁର ରାତା ରାତି ଏତେ ପୋଲିସ !

ସାବଧାନ ପଦାକୁ ବାହାରନି . ବାହାରେ ବୁଲୁଛନ୍ତି ଯବାନ .ଗଣ୍ଡଗୋଳ କଲେ ବାନ୍ଧିକି ନେଇଯିବେ . ତେବେ ଉଠୁଛି ପଡ଼ୁଛି ଯାଜପୁର . ରାତିରେ ସହରର ଗଳି କନ୍ଧିରେ ବୁଲୁଛନ୍ତି ପୋଲିସ ଯବାନ . ଥରେ ନଜର ପାକାନ୍ତୁ ଏହି ଦୃଶ୍ୟ ଉପରେ ଏହେଉଛି ଯାଜପୁର ସହର .ବର୍ତମାନରେ ଏହା ଅଶାନ୍ତ ହୋଇପଡ଼ିଛି .ଶୃଙ୍ଖଳା ବଜାଇ ରଖିବାକ ପାଇଁ ସହରରେ କଡା ପ୍ରହରା ଦେଉଛନ୍ତି ଯବାନ .ତେବେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଯାଜପୁରରେ ପହଂଚିଲା କ୍ରାଇମବ୍ରାଂଚ ଟିମ . ତିନୋଟି ଟିମ ଯାଜପୁରରେ ପହଂଚିଛନ୍ତି ଏହି ଘଟଣାର ତଦନ୍ତ ପାଇଁ . ପୋଲିସ ମୁତୟନ ଅଛନ୍ତି ଫୋର୍ସ . ଏହାରି ଭିତରେ ରାଜ୍ୟ ସରକାର ଘଟଣାର ଭାର କ୍ରାଇମବ୍ରାଂଚକୁ ଦେଇଥିଲେ . ତିନୋଟି ଟିମ ଯାଜପୁରରେ ପହଂଚି ଏହିଘଟଣାରେ ତଦନ୍ତ ଆରମ୍ଭ କରିଛି . ବିଧାୟକଙ୍କ ପିଏସଓଙ୍କ ବୟାନ ରେକର୍ଡ କରାଯାଇଛି .ଗୋଟିଏ ପଟେ ଏହାକୁ ନେଇ ରାଜନୈନିକ ବୟାନ ବାଜି ଜାରି ରହିଛି .


କ୍ରାଇମବ୍ରାଂଚ ଏଡିଜିଙ୍କ ନିଦ୍ଦେର୍ଶ ଅନୁସାରେ ତଦନ୍ତ ଆରମ୍ଭ ହୋଇଛି . ବବି ଦାସଙ୍କ ଭାଇ ଗିରଫ ହେବା ପରେ ଏହି ଘଟଣାରେ ଅଧିକ ବୟାନ ବାଜି ଜାରି ରହିଛି . ଯାଜପୁର ଗୋଟିଏ ପ୍ରକାର ଅଶାନ୍ତ ରହିଛି . ଯାଜପୁରରୁ ଆରମ୍ଭ କରି ଭୁବନେଶ୍ୱର ବିଜେପି ,ବିଜେଡିର ନେତାମାନେ ସାମ୍ବାଦିକ ସମ୍ମୀଳନୀ କରି ପରିସ୍ପରକୁ ଦୋଷ ଲାଦିଛନ୍ତି . ଆଇନ ଶୃଙ୍କଳା ବିପର୍ଯ୍ୟସ୍ତ ହୋଇଛି ବୋଲି କହୁଛନ୍ତି ନେତା .ଏହି ସମୟରେ ଏହାର ତଦନ୍ତ ଭାର କ୍ରାଇବ୍ରାଂଚ କୁ ଦିଆଯାଇଛି .ତେବେ ବିରଜା ହାଟରେ ଚାଷୀଙ୍କୁ ଧମକ ଦେବା ଘଟଣାରେ ବନ୍ଧା ହୋଇଥିଲେ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସ .ଭବଙ୍କ ସହଯୋଗୀ ମାଡ ମାରିଥିବା ଅଭିଯୋଗ ହୋଇଥିଲା . ଚାଷୀଙ୍କ ଏତଲା ଆଧାରରେ ଭବଙ୍କୁ ଗିରଫ କରି ଜେଲ ପଠାଇଲା ପୋଲିସ . ପରିବାର ତରଫରୁ ବି କୌଣସି ବେଲ ଆବେଦନ କରାଯାଇନଥିଲା . କିନ୍ତୁ ସେପଟେ ଚାଷୀ ଜଣକ ତାଙ୍କ ଏଫଆଇଆର ଉଠାଇନେଇଛନ୍ତି .ସେହିପରି ଥାନା ଘେରାଉ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ଏବେ ଉଠୁଛି ପଡ଼ୁଛି ଯାଜପୁର ସହର .

author

Related Articles

Leave a Reply

Your email address will not be published. Required fields are marked *