ଏୟାରପୋର୍ଟରୁ ବାହାରି ଭୁରି ଭୁରି ପ୍ରଶଂସା କଲେ ନବୀନ . ଖାଲି ନବୀନ କାହାଁକି ସଭିଙ୍କ ମୁହଁରେ ଏବେ ଯବାନଙ୍କ ପ୍ରଶଂସା .ଜମ୍ମୁ କଶ୍ମୀରର ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ଜୀବନ ହାନୀ ଘଟିଥିଲା . ମାତ୍ର ସେନା ତାର କଡା ଜବାବ ଦେଇଥିଲେ . ବିଳମ୍ବିତ ରାତିରେ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଥିଲେ ଭାରତୀୟ ଯବାନ . ତେଣୁ ଏହି ମହାନ ବୀରତ୍ୱ ପାଇଁ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ବିରୋଧୀ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ .
ପଲଗାମା ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନା ଆରମ୍ଭ କରିଥିବା ଅପରେସନ ସିନ୍ଦୂର ରେ ଭାରତୀୟ ଯବାନ ମାନଙ୍କର ବିରତ୍ୱକୁ ପ୍ରଶଂସା କରାଯାଉଛି . ପାକିସ୍ତାନ ପକ୍ଷରୁ ଆକ୍ରମଣର ମୁହଁ ତୋଡ ଯବାବ ଦେଉଛି ଭାରତୀୟ ସେନା . ତେବେ ନିକଟରେ ଭାରତ ଶ୍ରୀନଗର ଏୟାରବେସରୁ ଶନିବାର ସକାଳେ ମିଶାଇଲ ଜରିଆରେ ପାକିସ୍ତାନ ବାୟୁସେନାର ଦୁଇଟି ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଛି . ଶ୍ରୀନଗରର ଲସଜାନ ନିକଟରେ ଗୋଟିଏ ପାକିସ୍ତାନୀ ଯୁଦ୍ଧ ବିମାନଙ୍କୁ ଖସାଇ ଦିଆଯାଇଥିଲା ବେଳେ ଉତର କାଶ୍ମୀରରେ ଅନ୍ୟ ଏକ ବିମାନକୁ ଖସାଇ ଦିଆଯାଇଥିଲା .ଜାତୀୟ ଗଣମାଧରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ,ଭାରତ ଶନିବାର ସକାଳେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା . ଯାହା ଇସଲାମାବାଦ ଲାହୋର ଏବଂ ରାୱଲପିଣ୍ଡି ସହରକୁ ପ୍ରଭାବିତ କରିଥିଲା .