ଉତ୍କଳ ହସ୍ପିଟାଲ ପକ୍ଷରୁ କ୍ୟାନ୍ସର ସଚେତନତା ବାର୍ତ୍ତା …

ଉତ୍କଳ ହସ୍ପିଟାଲ ପକ୍ଷରୁ କ୍ୟାନ୍ସର ସଚେତନତା ବାର୍ତ୍ତା …

ହିରୋ କିମ୍ଵା ଷ୍ଟାର ଖେଳାଳିଙ୍କ smoking ଷ୍ଟାଇଲକୁ ଆପଣ ଫୋଲୋ କରୁଛନ୍ତି କି? ଆପଣ ଦାମୀ ସିଗାରେଟ କିମ୍ଵା ସୁଗନ୍ଧ ଯୁକ୍ତ ସିଗାରେଟ୍ ବା ବିଭିନ୍ନ ପ୍ଲେଭର ଯୁକ୍ତ ଧୁମ୍ରପାନ କରି ଭାବୁଛନ୍ତି କି ଆପଣକୁ କ୍ୟାନ୍ସର ହେବନାହିଁ ବୋଲି? ଦର୍ଶକ ବନ୍ଧୁ ଆପଣ ସଭିଏଁ ଜାଣନ୍ତି ପୁଡିଆ ଖଇନି ସିଗାରେଟ ଖାଇଲେ କ୍ୟାନ୍ସର ହେବା ସମ୍ଭାବନା ତଥାପି ଏହାକୁ ସେବନ କରୁଛନ୍ତି। ତେବେ ଏବେଠାରୁ ହେଇଯାଆନ୍ତୁ ସାବଧାନ କାହିଁକି ନା ଧିର ପାଣି ପଥର କାଟେ ଭଳି ଆପଣକୁ ମଧ୍ୟ ରୋଗ ହଠାତ୍ ନୁହେଁ ଧିରେ ଧିରେ ମାଡ଼ୁଛି ଯାହା ଆପଣଙ୍କୁ ଦିନେ ବଡ଼ ରୋଗର ଶିକାର ହେବାକୁ ପଡିବ ତେଣୁ ବେଳ ଥାଉ ଥାଉ ସୁଧୁରି ଯାଆନ୍ତୁ ଏଭଳି ସଚେତନ ବାର୍ତ୍ତା କ୍ୟାନ୍ସର specialist। ଖାଲି ସେତିକି ନୁହେଁ ନୂଆଯୁବ ପିଢ଼ି ଯାହାଙ୍କର ବୟସ 10 ରୁ 11ବର୍ଷ ସେମାନେ ପ୍ରଚୁର ପରିମାଣରେ ଧୁମ୍ରପାନ କରୁଥିବା ଜଣାପଡିଛି। ସର୍ଭେ ରିପୋର୍ଟ ଅନୁସାରେ ଖାଲି ପୁରୁଷ ସ୍ମୋକର ସଂଖ୍ୟା ଅପେକ୍ଷା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଏହାକୁ କିପରି ଜନ ସଚେତନତା ମଧ୍ୟମରେ ରୋକା ଯାଇପାରିବ।ନୂଆ ପିଢ଼ିଙ୍କୁ ଦୂରେଇବା ଅଭ୍ୟାସରତ ଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ତମାଖୁ ମୁକ୍ତ କରିବା ପାଇଁ ଉତ୍କଳ ହସ୍ପିଟାଲ ପକ୍ଷରୁ ସଚେତନତା ବାର୍ତ୍ତା ଦିଆଯାଇଛି।

author

Related Articles

Leave a Reply

Your email address will not be published. Required fields are marked *