ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲର ନିର୍ମାଣ କାର୍ଯ୍ୟ ସମୟରେ ଘଟିଯାଇଛି ଅଘଟଣ । ସେହି ନିର୍ମାଣଧୀନ ଟନେଲରେ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ସୂଚନା ଦେଇଛନ୍ତି ଉତ୍ତରକାଶୀର ଏସପି । ରବିବାର ଦିନ ଟନେଲ କାର୍ଯ୍ୟ ଚାଲୁଥିବା ବେଳେ ଏହା ଭୁଷୁଡି ପଡିଥିଲା । ଏଥିରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ଜଣାପଡିଛି । ତେବେ ଏମାନଙ୍କ ମଧ୍ୟରେ କିଛି ଓଡିଆ ଶ୍ରମିକ ରହିଛନ୍ତି । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ମାଟି ଓ ପଥର ଅତଡା ଦେଇ ସେମାନଙ୍କୁ ଟନେଲ ଭିତରେ ଅକ୍ସିଜେନ୍ ଓ ପାଣି, ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ଗତକାଲି ଠାରୁ ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଫସିରହିଥିବା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଞ୍ଚି ପାରିନାହାଁନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି ।

You can share this post!
author