ଆଇନ ମନ୍ତ୍ରୀଙ୍କ ବୁଡିଲା ଭେଳା । ଆଇନ ମନ୍ତ୍ରୀଙ୍କ ଉପରେ ତାତିଲେଣି ଲୋକେ । ହଁ ଆଜ୍ଞା, ମନ୍ତ୍ରୀ ହେବା ପରେ ଗୋଟିଏ ପରେ ଗୋଟିଏ ମିଛ କହିଚାଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ମଦ ବନ୍ଦ ହେବ, ରତ୍ନଭଣ୍ଡାରର କାର୍ଯ୍ୟ ଶୀଘ୍ର ସରିବ, ଆଇନ ବ୍ୟବସ୍ଥା ଆହୁରି ଶୃଙ୍ଖଳିତ ହେବ, ଜିରୋ ଟଲେରାନ୍ସ ନୀତି ଆପଣାଯିବ । ଏପରି ନାନା ମିଛ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଆସିଛନ୍ତି । କିନ୍ତୁ କୌଣସି ଗୋଟିଏ କଥାରେ ବି ସେ ତିଷ୍ଠି ପାରିନାହାନ୍ତି । ନା ରାଜ୍ୟରେ ମଦ ବନ୍ଦ ହୋଇଛି, ନା ରତ୍ନଭଣ୍ଡାର କାଯ୍ୟ ୧୦ ମାସ ହେବ ଶେଷ ହୋଇଛି । ଆଉ ଆଇନ ବ୍ୟବସ୍ଥା କଥା ତ ନ ଉଠାଇବା ଭଲ । କାରଣ ପ୍ରତ୍ୟେକ ଦିନ ହତ୍ୟା, ଚୋରୀ ଡକାୟତିର ଲମ୍ବା ଚଉଡା ଚିଠା ଆସୁଛି । ପ୍ରତିଦିନ ମହିଳା ଏପରିକି ଛୋଟ ଛୋଟ ଛୁଆ ମାନେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହେଉଛନ୍ତି । କିନ୍ତୁ ବିଜେପି ସବୁ ଦେଖି ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି ।
ତଦନ୍ତ ହେଉଛି ଦୋଷୀଙ୍କୁ ଦଣ୍ଡ ଦିଆଯିବା ନେଇ ମନ୍ତ୍ରୀ ବୟାନବାଜି କରୁଛନ୍ତିା କିନ୍ତୁ ତାଙ୍କର ଏହି ଢିଲା ଆଇନ ବ୍ୟବସ୍ଥା ପାଇଁ କେତେ ଜୀବନ ଅକାରଣେ ବଳି ଚଢୁଛି ତାହା ତାଙ୍କୁ ଦେଖାଯାଉନି । ଅନ୍ୟପଟେ ବିଜେଡିକୁ ଦାୟୀ କରିବାରେ , ଦୋଷ ଦେବାରେ ଆଇନ ମନ୍ତ୍ରୀ ଆଦୌ ହେଳା କରୁନାହାନ୍ତି । ସବୁ ପ୍ରସଙ୍ଗରେ ୨୪ ବର୍ଷର ଇତିହାସ ପୃଷ୍ଠା ମେଲାଇବା ନିମନ୍ତେ କହୁଛନ୍ତି । କିନ୍ତୁ ନିଜେ ୧୦ ମାସହେବ ସରକାରକୁ ଆସି ମହିଳାଙ୍କ ସୁରକ୍ଷା ପାଇଁ କଣ କରିଛନ୍ତି ତା ଉପରେ ଦୃଷ୍ଟି ଦେଉନାହାନ୍ତିା
ଅନ୍ୟପଟେ, ମହିଳାଙ୍କ ସୁରକ୍ଷା ଏବଂ ବିକାଶ ବିଭାଗର ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ମଧ୍ୟ ସମାନ ସ୍ଥିତି । କାରଣ ପ୍ରଭାତୀ କେବଳ ସୁଭଦ୍ରା ଯୋଜନାରେ ହିଁ ଅଟକିଯାଇଛନ୍ତି । ଗଣମାଧ୍ୟମ ସାମ୍ନାକୁ ଆସିଲେ କେବଳ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର କରୁଛନ୍ତିା ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବୟାନ ଦେଉଛନ୍ତି । କିନ୍ତୁ ମହିଳାଙ୍କୁ ସୁରକ୍ଷାକୁ ନେଇ ସେମାନଙ୍କୁ ନ୍ୟାୟ ଦେବା ନେଇ କିଛି ବୟାନ ବାଜି କରୁଥିବା ଦେଖିବାକୁ ମିଳୁନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ଦୁଇ ମନ୍ତ୍ରୀଙ୍କ ଉପରେ ରାଜ୍ୟବାସୀ ଖପ୍ପାଥିବା କୁହାଯାଉଛି ।