ଗୋଟେ ପରେ ଗୋଟେ ଖୋଲି ଚାଲିଛି ହୀରାକୁଦ ଡ୍ୟାମର ଗେଟ୍ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ଗେଟ୍ ଖୋଲିଛି । ବର୍ତ୍ତମାନ ଆଉ ୪ଟି ଗେଟ୍ ଖୋଲାଯାଇଛି । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ଼୍ୟାମରୁ ନିଷ୍କାସିତ ହେଉଥିବା ଜଳ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ଭିତରେ ପ୍ରବେଶ କରିଛି । ତେଣୁ ମା’ଙ୍କ ଚଳନ୍ତି ପ୍ରତିମାକୁ ସେବାକାରୀ ମାନେ ରତ୍ନଗିରି ପାହାଡ଼ରେ ଥିବା ମା’ଙ୍କ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ମା’ ଭଟ୍ଟାରିକାଙ୍କର ପୂଜାର୍ଚ୍ଚନା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରର ଲାଗିଥିବା ସମସ୍ତ କବାଟ ଖୋଲି ଦିଆଯାଇଛି ।

- September 16, 2023
0
151
Less than a minute
You can share this post!
author
Related Articles
ଏହି ସମୟରେ ଆଦୌ ଖାଆନ୍ତୁନି ଦହି…
- May 28, 2025