ଉପାସ ରହିଲେ ଲିଙ୍ଗରାଜ ମହାପ୍ରଭୁ

ଉପାସ ରହିଲେ ଲିଙ୍ଗରାଜ ମହାପ୍ରଭୁ

ପୁଣି ଉପାସରେ ଦିନ କାଟିଲେ ମହାଦେବ। ହଁ ଦର୍ଶକ ବନ୍ଧୁ ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ ଆଜି ଯାଏଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି ବ୍ୟବସ୍ଥା । ବଡୁ ସେବାୟତ ବାରମ୍ବାର ମନମୁଖୀ କାଯ୍ୟ କରୁଥିବା ଅଭିଯୋଗରେ ନୀତିକାନ୍ତି ବ୍ୟବସ୍ଥା ବନ୍ଦ ରହିଛି । ମକର ମଣ୍ଡପରେ ବସି ରହିଛନ୍ତି ଠାକୁର । ଏନେଇ କିଛି ସମୟପୁଣି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ମହାସୁଆର ଅଭିଯୋଗ କରିଛନ୍ତି।

ଏପଟେ ଆଜି ମକର ସଂକ୍ରାନ୍ତି ଅବସରରେ ଲୋକଙ୍କ ପାଇଁ ଖୋଲା ରହିଛି ମନ୍ଦିର । ସକାଳୁ ମଙ୍ଗଳ ଆଳତି ହେଇନଥିବା ବେଳେ ସାହାଣ ମେଲା ଦର୍ଶନ ଚାଲୁଛି। କାହା ପାଇଁ ଭକ୍ତଙ୍କ ଭିଡ଼। ଭଗବାନ ଉପାସରେ ରହୁଥିବାବେଳେ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରିବାରେ ଲାଗିପଡିଛନ୍ତି ସେବାୟତ ଗଣ। ଯାହାକୁ ନେଇ ଭକ୍ତ ଓ ପୁରୋହିତ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ |

author

Related Articles

Leave a Reply

Your email address will not be published. Required fields are marked *