ଉମେଶ ଜେନାଙ୍କ ନେତୃତ୍ୱରେ ସଦସ୍ୟତା ସଂଗ୍ରହ | ବିଶିଷ୍ଟ ରାଜନୀତିଜ୍ଞ ପ୍ରଦୀପ ଦାସଙ୍କ ସଦସ୍ୟତା ଅଭିଯାନ | ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଅନ୍ତୋର୍ଦୟ ଦିବସ ପାଳିତ ହୋଇଯାଇଛି |ମହାନ ସଂଗ୍ରାମୀଙ୍କ ଅନ୍ତୋର୍ଦୟ ଦିବସ ଅବସରରେ ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବନ୍ଧଡ଼ିହ ଗ୍ରାମପଞ୍ଚାୟତର ଯୁବନେତାଙ୍କ ମାନଙ୍କ ମଧ୍ୟରେ ସୁବ୍ରତ ସାହୁ, ଗୌରାଙ୍ଗ ଚରଣ ସାମଲ, ଶ୍ୟାମ ସୁନ୍ଦର ବେହେରା, ଦେବବ୍ରତ ଜେନା, ଗଗନ ମହାନ୍ତି, କାଳନ୍ଦୀ ଜେନା, ଦିଲ୍ଲୀପ ଦାସ, ପ୍ରଶାନ୍ତ ମହାନ୍ତି, ସୁରେଶ ଜେନା, ଧିରେନ ମଲ୍ଲିକଙ୍କ ମିଳିତ ସହଯୋଗ କ୍ରମେ ଜନସାଧାରଣଙ୍କୁ ଏକତ୍ର କରି ସଦସ୍ୟତା ଅଭିଯାନ କର୍ମଶାଳାକୁ ଗାଁ ଗାଁରେ ମହିଳା, ଯୁବକ, ବୃଦ୍ଧ, ବୃଦ୍ଧାଙ୍କୁ କିପରି ବିଜେପିରେ ସାମିଲୀ କରିପାରିବେ ବିଭିନ୍ନ ପ୍ରକାର ଯୋଜନାମାନ ଲୋକଙ୍କୁ ବୁଝାଇଥିଲେ |ବରୀର ଯୁବ ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ମାନ ହାତକୁ ନେଇ ଲୋକମାନଙ୍କୁ ଦୁଃଖ ସୁଖରେ ଭାଗି ହେଉଛନ୍ତି |

You can share this post!
author