ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଚିଙ୍ଗୁଡିଖୋଲ ପଞ୍ଚାୟତର ଉସ୍ତାଳି ଗ୍ରାମରେ ଦୀର୍ଘ ଦିନ ହେଲା ମଦ ବିକ୍ରି ବନ୍ଦ ରହିଥିଲା।ଏବେ କିଛି ଦିନ ହେଲା ଉକ୍ତ ଗ୍ରାମର ତିନି ଚାରି ଜଣ ବ୍ୟକ୍ତି ମଦ ବିକ୍ରି କରୁଥିବା ଜାଣିବା ପରେ ସେହି ଗ୍ରାମର ମହିଳା ଗୋଷ୍ଠୀ ସଂପୃକ୍ତ ଲୋକଙ୍କ ଘରକୁ ଯାଇ ଗ୍ରାମରେ ମଦ ବିକ୍ରି କରିବା ପାଇଁ ମନା କରିଦିଲେ।ସେମାନେ କଥା ନ ଶୁଣି ମଦ ବିକ୍ରି କରିଥିଲେ,ତେଣୁ ମହିଳାମାନେ କୋଦଳା ଥାନା କୁ ଯାଇ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଆମ୍ଭ ଗ୍ରାମରେ ମଦ ବିକ୍ରି ନ ହେବା ପାଇଁ ପପଦକ୍ଷେପ ନେବାକୁ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ଏଥି ପାଇଁ ନଶ୍ଚିତ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ନିଜ ଗ୍ରାମକୁ ଫେରିଥିଲେ।
