ଟିକାବାଲି ଏ.ଏମ୍. ସି.ଏସ୍ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ.ବିଷ୍ଣୁପିୟା ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏକ ଜାତୀୟ ଆଲୋଚନା ଚକ୍ର ଶୀର୍ଷକ “ଓଡ଼ିଆ ସାହିତ୍ୟରେ ଆଧୁନିକତା” ଏବଂ ମୁଖପତ୍ର “ବୃତ୍ତଙ୍ଗ” ଉନ୍ମୋଚନ ଦିବସରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଏ.ଏମ୍.ସି.ଏସ୍ ଏଲ୍.ଟି.ଡି ର ସଭାପତି ଶ୍ରୀ ଲମ୍ବୋଦର କହଁର, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଥମ ପରିଚାଳନା ପରିଷଦର ସଦସ୍ୟ ଶ୍ରୀ ଶଶିଭୂଷଣ ଭୋଇ, ଏହି ମୋର୍ଚ୍ଚା ର ରାଜ୍ୟ ଉପ ସଭାପତି ଶ୍ରୀ ରାମବିସି ଦିଗାଲ ଏବଂ ବିଷୟ ବିଶାରଦ ଭାବେ ସୁଦୁର ଝାଡ଼ଖଣ୍ଡ ବାହାଡ଼ାଗୋରା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବାଳକୃଷ୍ଣ ବେହେରା ତଥା ବିର୍ ମହାରାଜପୁର ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରକାଶ ସେଠ୍ ମଞ୍ଚାସିନ ଥିଲେ। ପ୍ରଥମ ପର୍ଯ୍ୟାୟରେ ଅଧ୍ୟାପିକା ନିବେଦିତା ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ନିମନ୍ତ୍ରିତ ଅତିଥି ମାନେ “ବୃତ୍ତଙ୍ଗ” ପତ୍ରିକା ଉନ୍ମୋଚନ କରିବା ସହ ନିଜ ନିଜ ବକ୍ତବ୍ୟ ରଖିଥିଲେ। ତ ସଙ୍ଗେ ସଙ୍ଗେ ପାଠଚକ୍ର ଅନୁଷ୍ଠିତ ହୋଇଥିଲା ।ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅଧ୍ୟାପକ ଅଧ୍ୟାପିକାମାନେ କଥା ସାହିତ୍ୟରେ ଆଧୁନିକତା ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ । ଡ.ବାଳକୃଷ୍ଣ ବେହେରା ଆଧୁନିକ ଓଡ଼ିଆ କଥା ସାହିତ୍ୟର ଗତି ଓ ପ୍ରକୃତି ସମ୍ପର୍କରେ ଆଲୋଚନା କରିଥିଲେ। ପାଠଚକ୍ର ର ଦ୍ବିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ସ୍ନାତକ ଏବଂ ସ୍ନାତକୋତ୍ତର କିଛି ଛାତ୍ର ଛାତ୍ରୀମାନେ ନିବନ୍ଧ ପାଠ କରିବା ସହିତ ବିଷୟ ବିଶାରଦ ଅଧ୍ୟାପକ ପ୍ରକାଶ ସେଠ୍ ଆଧୁନିକ ଓଡ଼ିଆ କବିତାର ସଂଜ୍ଞା ସ୍ଵରୁପ ଆଲୋଚନା କରିବା ସହ କବିତା ର ଦିଗ ଓ ଦିଗନ୍ତ ଉପରେ ମତବ୍ୟକ୍ତ ରଖିଥିଲେ। ଏହି ପାଠଚକ୍ର ରେ ଗଣିତ ବିଭାଗ ର ବିଭାଗୀୟ ମୁଖ ଶ୍ରୀ ବିରୁପାକ୍ଷ ତ୍ରୀପାଠୀ, ଅର୍ଥଶାସ୍ତ୍ର ବିଭାଗ ର ମୁଖ୍ୟ ଶଙ୍କର ପାଢ଼ୀ ଅଧ୍ୟାପିକା ଶିବାନୀ କହଁର, ରାଜନୀତି ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ସଙ୍ଗମିତ୍ରା ଦାସ, ତର୍କ ଶାସ୍ତ୍ର ବିଭାଗ ର ଅଧ୍ୟାପିକା ସ୍ମୃତି ରେଖା ନାଏକ ଏବଂ ବରିଷ୍ଠ କିରାଣି ମନୋଜ ଭୋଇ ତଥା ଓଡ଼ିଆ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପାଠଚକ୍ର କୁ ସଫଳ କରିଥିଲେ। ପରିଶେଷରେ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟା ଚମ୍ପା ସୋରେନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
