ଏକାଠି ହେଲେ ଯାଜପୁରର ସମସ୍ତ ବିଜେଡି ନେତା । ପଛରେ ପଡିଲେ ବିଜେପି ନେତା, ଜିଲ୍ଲାପାଳଙ୍କୁ ଭେଟି ୧୫ ଦିନର ୱାର୍ଣ୍ଣିଂ ଦେଲା ବିଜେଡି । ହଁ ଆଜ୍ଞା, ଡବଲ ଇଞ୍ଜିନ ସରକାରରେ ବି ରାଜ୍ୟରେ ଆଇନ ବିଶୃଙ୍ଖଳା ଦିନକୁ ଦିନ ବଢି ବଢି ଚାଲିଛି । ଚୋରୀ, ଡକାୟତି, ମର୍ଡର ସାଧାରଣ କଥା ହୋଇଗଲାଣି । ଏପରିକି ଖୋଦ ଶାସକ ଦଳର ବିଧାୟକ ପୋଲିସଙ୍କୁ ଧମକ ଦେଉଛନ୍ତି । ଥାନା ପୋଡିଦେବାକୁ ଚେତାବନୀ ଦେଉଛନ୍ତି । କିନ୍ତୁ ସରକାର ସାଜିଛନ୍ତି ନିଦାବିଷ୍ଣୁ । ନା କୌଣସି କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ସରକାର ତତ୍ପରତା ଦେଖାଉଥିବା ନଜର ଆସୁଛି । ଫଳରେ ଆଇନ ବ୍ୟବସ୍ଥା ବିପର୍ଯ୍ୟୟ ଆଡକୁ ଗତି କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଯାଜପୁରରେ ମଧ୍ୟ ଆଇନ ଶୃଙ୍ଖଳା ବିଗୁଡୁଥିବାରୁ ଏହାକୁ ନେଇ ଯାଜପୁର ବିଜେଡିର ଆଗଧାଡିର ନେତାମାନେ ଜିଲ୍ଲାପାଳଙ୍କୁ ଭେଟିଥିବା ଦେଖିବାକୁ ମିଳିଛି । ୩ ବିଧାୟକଙ୍କ ସହ ପୂବତନ ଯାଜପୁର ସାଂସଦ ଏବଂ ୩ ପୂବତନ ବିଧାୟକ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଇନ ବିଶୃଙ୍ଖଳା ସହ ଜିଲ୍ଲାରେ ପାନୀୟ ଜଳ ପାଇଁ ଦହଗଞ୍ଜ ହେଉଥିବା ଯାଜପୁର ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବା , ଚାଷୀଙ୍କ ଠାରୁ ଧାନ କିଣା ହେବା ପ୍ରସଙ୍ଗ, ଶିଳ୍ପାଞ୍ଚଳ କଳିଙ୍ଗ ନଗର ମାଓବାଦୀଙ୍କ ଉପସ୍ଥିତି, ମୋରମ-ବାଲି ମାଫିଆଙ୍କ ଯୋଗୁ ରାଜସ୍ୱ କ୍ଷତି ହେବା ସହ ପ୍ରଦୂଷଣ ବଢିବା, ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକୁ ଜାଣିଶୁଣି ଆରମ୍ଭ କରାଯାଉନାହିଁ ଆଦି ଅଭିଯୋଗ ଅ।।ଣି
ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି । ଏହା ସହ ଏ ସମସ୍ତ ଦାବିକୁ ସମ୍ମାନର ସହ ପୂରଣ କରିବାରେ ଯଦି ପ୍ରଶାସନ ବିଫଳ ହୁଏ ତେବେ ୧୫ ଦିନ ପରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ଚେତାବନା ମଧ୍ୟ ଦିଆଯାଇଥିବା କୁହାଯାଉଛି । ତେବେ ଯାଜପୁରରେ ବିଜେପିର ୪ ଜଣ ବିଧାୟକ ଥିବା ସତ୍ୱେ ଯାଜପୁରରେ ବିଭିନ୍ନ ସମସ୍ୟା ଦୂର କରିବାରେ ସେମାନେ ଫେଲ ମାରୁଥିବା ବେଳେ ଏବେ ବିରୋଧୀ ଏହାକୁ ନେଇ ସ୍ୱର ଉଠାଇଛନ୍ତି । ତେବେ ଦେଖାଯାଉ ବିଜେଡିର ଦାବି ପୂରଣ ହେଉଛି ନା ନାହିଁ ଏବଂ ୧୫ ଦିନ ପରେ ବିଜେଡି ଆନ୍ଦୋଳନର ରାସ୍ତା ଆପଣାଉଛି କି ତାହା ଦେଖିବାକୁ ଅପେକ୍ଷା ।