ଦେଶରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ହୋଲି ପାଳନ କରାଯାଇଥାଏ । ବୃନ୍ଦାବନରେ ଫୁଲରେ ହୋଲି ଖେଳାଯାଉଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ ଦହିହାଣ୍ଡି ଭାଙ୍ଗି ଅବିରରେ ହୋଲି ଖେଳ ହୁଏ ।କିନ୍ତୁ ଏଭଳି ଏକ ସ୍ଥାନ ଅଛି ଯେଉଁଠି ରଙ୍ଗ ନୁହେଁ ବରଂ ମଶାଣୀ ପାଉଁଶ ତଥା ଚିତା ଭସ୍ମରେ ହୋଲି ଖେଳ ହୁଏ । ମୋକ୍ଷର ସ୍ଥାନ କୁହାଯାଉଥିବା ବାରାଣାସୀ ଘାଟରେ ଥିବା ବାବା ବିଶ୍ୱନାଥଙ୍କ ସହ ସଙ୍ଗଠିତ ହୁଏ ନିଆରା ହୋଲି ଖେଳ । ଫଗୁଣ ଏକାଦଶୀ ତିଥିରେ ବାବା ବିଶ୍ୱନାଥ ପ୍ରଥମେ ମା’ ପାର୍ବତୀଙ୍କ ସହ ବିମାନରେ ଆସି ପରିକ୍ରମା କରିବା ମଣିକର୍ଣ୍ଣିକା ଘାଟକୁ ବିଜେ କରନ୍ତି । ସେଠାରେ ଲୋକଙ୍କୁ ଦାହ କରାଯାଇଥିବା ଚିତା ଭସ୍ମକୁ ଅଣାଯାଇ ମହାଦେବଙ୍କ ସହ ହୋଲି ଖେଳନ୍ତି ଶ୍ରଦ୍ଧାଳୁ ଓ ସେବାୟତ । ମହାଦେବଙ୍କ ସହ ଭସ୍ମ ହୋଲି ଖେଳିବା ପରେ ପରସ୍ପରକୁ ଭସ୍ମ ବୋଳାବୋଳି ହୁଅନ୍ତି ଶ୍ରଦ୍ଧାଳୁ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025