ଦୁଇ ହଜାର ଟଙ୍କିଆ ନୋଟ ବଦଳକୁ ନେଇ ଦେଖାଯାଉଛି ସମସ୍ୟା । ବ୍ୟାଙ୍କ ଆସି ଧାଡିରେ ଠିଆ ହୋଇ ଲୋକମାନଙ୍କୁ ନୋଟ ବଦଳେଇବା ପାଇଁ ପଡୁଛି । ଏଣିକି ଏହାକୁ ସହଜ କରିଦେଇଛନ୍ତି ସରକାର । ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସରେ ନିଜର ୨ ହଜାର ଟଙ୍କିଆ ନୋଟ୍ ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇପାରିବେ । ବିଶେଷ କରି ବ୍ୟକ୍ତିଗତ ଭାବେ ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇପାରୁ ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଏବେ ଲାଭଦାୟକ ହେବାକୁ ଯାଉଛି । ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ ରିସେପଟେକେଲ ବା ଟିଏଲଆର ଫର୍ମର ବ୍ୟବସ୍ଥା କରିଛି । ନିରବଚ୍ଛିନ୍ନ ଏବଂ ସୁରକ୍ଷିତ କ୍ରେଡିଟ୍ ପାଇଁ ଆରବିଆଇକୁ ସେମାନଙ୍କର ୨,୦୦୦ ଟଙ୍କିଆ ନୋଟ୍ ପଠାଇବା ପାଇଁ ବୀମାକୃତ ପୋଷ୍ଟ ସେବାର ଉପଯୋଗ କରିବାକୁ ଆରବିଆଇ ପ୍ରୟାସ କିରିଛି । ଉଭୟ ଟିଏଲଆର ଏବଂ ବୀମାକୃତ ପୋଷ୍ଟ ବିକଳ୍ପ ଅତ୍ୟନ୍ତ ସୁରକ୍ଷିତ ଏବଂ ଏହାର ବ୍ୟବହାର ନେଇ ଜନସାଧାରଣଙ୍କର କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ।

You can share this post!
author