ଏଣିକି ବ୍ଲଡ ବ୍ୟାଙ୍କରେ ବିକ୍ରି ହେବନି ରକ୍ତ

ଏଣିକି ବ୍ଲଡ ବ୍ୟାଙ୍କରେ ବିକ୍ରି ହେବନି ରକ୍ତ

ଆଉ ବ୍ଲଡ ବ୍ୟାଙ୍କରେ ବିକ୍ରି ହୋଇପାରିବନି ରକ୍ତ । ଅର୍ଥାତ ଦେଶରେ ଆଉ ରକ୍ତ ବିକ୍ରି କରାଯିବ ନାହିଁ । ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜରୁରୀ ପରିସ୍ଥିତିରେ ରକ୍ତ ପାଇଁ ହସ୍ପିଟାଲ ଏବଂ ଘରୋଇ ବ୍ଲଡ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ତା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ପୂବରୁ ଘରୋଇ ହସ୍ପିଟାଲ ଏବଂ ବ୍ଲଡ ବ୍ୟାଙ୍କ ଗୋଟିଏ ପ୍ୟାକେଟ୍ ବ୍ଲଡ ପାଇଁ ୨ରୁ ୬ ହଜାର ଯାଏଁ ଦାବି କରୁଥିଲେ । ଏମିତିକି ରେୟାର ବ୍ଲଡ ଗ୍ରୁପ ପାଇଁ କିଛି କିଛି ଜାଗାରେ ୧୫ ହଜାର ପଯ୍ୟନ୍ତ ଦାବି କରାଯାଇଥିବା ସୂଚନା ମିଳିଛି । ତେବେ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତ ନେଇଛନ୍ତି । ଏବେ କେବଳ ପ୍ରୋସେସିଂ ଫି ଦେଇ ଜଣେ ବ୍ୟକ୍ତି ବ୍ଲଡ ବ୍ୟାଙ୍କରୁ ବ୍ଲଡ ନେଇପାରିବେ । ଏହି ପ୍ରୋସେସିଂ ଫି ୨୫୦ରୁ ୧୫୫୦ ଟଙ୍କା ରହିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *