ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷକ ସାଜିବ ଟନେଲ ଫିସ ଆକ୍ଵାରିୟମ | ଚଳିତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷକ ପାଲଟିବା ପାଇଁ ଯାଉଛି ଟନେଲ ଫିସ ଆକ୍ଵାରିୟମ | ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା |

ଏଥିପାଇଁ ବ୍ୟବସାୟୀ ମାନେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଲେଣି | ବ୍ୟବସାୟୀମାନେ କହିଛନ୍ତି ବାଲିଯାତ୍ରାରେ ବ୍ୟବସାୟ ନୁହେଁ କଟକ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଲକ୍ଷ ବୋଲି କହିଛନ୍ତି | ବାଲିଯାତ୍ରା ପାଖେଇ ଆସୁଥିବା ହେତୁ କାମରେ ଜୋର ସୋରରେ ଲାଗିପଡିଛନ୍ତି ଶ୍ରମିକ |

ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଥିବା ଟନେଲ ଫିସ ର ଅଂଶ ଗୁଡିକ ବାଲିଯାତ୍ରା ତଳ ପଡିଆରେ ପହଂଚିବା ପରେ ଖଞ୍ଜା ଖଞ୍ଜି କାମ ଆରମ୍ଭ ହୋଇଯାଇଛି | ପାଖାପାଖି ୧୫ରୁ ଉର୍ଦ୍ଧ ଟ୍ରକ ମାଧମରେ ଏହାର ଅଂଶ ଗୁଡିକୁ କେରଳରୁ କଟକକୁ ଅଣାଯାଇଛି | ଏହି ଟନେଲ ଭିତରେ ଜଳପରି,ଦ୍ୱାରିକା ନଗରୀ,ଭଗବାନ ବିଷ୍ଣୁଙ୍କ ପାତାଳି ଅବତାର, ଟାଇଟନିକ ଜାହାଜ ଭଳି ଅନେକ ଆକର୍ଷଣୀୟ ଜିନିଷ ଦେଖିବାକୁ ମିଳିବ ତା ସହିତ ନକଲି କୁମ୍ଭୀର ,ହାତୀ,ଅକ୍ଟୋପସ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିବ | ଏବଂ ଅନେକ ପ୍ରଜାତିରେ ମାଛ ମଧ୍ୟ ଟନେଲ ଭିତରେ ଦର୍ଶକମାନେ ଦେଖିପାରିବେ | ୨୧୦ ପୁଟ ଟନେଲ ଭିତରେ ଦର୍ଶକ ବିଦେଶର ପର୍ଯ୍ୟଟନ ସ୍ଥଳୀ ଭଳି ମଜା ନେଇପାରିବେ | ଏଥିପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କୁହାଯାଉଛି |