ଏଥର ସାଇକେଲରେ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର

ଏଥର ସାଇକେଲରେ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର

ଏଥର ସାଇକେଲରେ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର | ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ସାଇକେଲରେ ଲାଗିବ ଷ୍ଟିକର | ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି | ଏହାକୁ କାର୍ଯ୍ୟକାରୀ କରିବାକୁ ମାଧ୍ୟାମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି | ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ସାଇକେଲରେ ଆସନ୍ତା ୩୦ ତାରିଖରେ ଏହି ଷ୍ଟିକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା’ରେ ସାଇକେଲ ପାଇଁ ଛାତ୍ରୀଛାତ୍ରଙ୍କୁ ୩,୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀମାନେ ଗୁରୁବାରେ ନୂଆ ସାଇକେଲ ନେଇକି ସ୍କୁଲକୁ ଆସିବେ | ଶିକ୍ଷକ ସାଇକେଲକୁ ଯାଞ୍ଚ କରି ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ଲଗାଇବେ | ଏହି କାର୍ଯ୍ୟ ମଧ୍ୟାନ ଭୋଜନ ପରେ ହେବ |

author

Related Articles

Leave a Reply

Your email address will not be published. Required fields are marked *