ଆଉ ସମ୍ଭାଳିପାରିଲେନି ମୋହନ . ଏବେ କହିଲେନି ତାଙ୍କ ସରକାର କାଳେ ଲୋକଙ୍କ ପାଖରେ ପହଂଚିବେ . ଏବେ ମୁଖ୍ୟମନ୍ତ୍ରୀ କହୁଛନ୍ତି . ଏ ସରକାର ଲୋକଙ୍କ ସରକାର . ଆପଣମାନଙ୍କ ସରକାର . ଏବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସବୁ ଅଂଚଳରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ .ମୁଁ ନିଜେ ଆପଣଙ୍କ ପାଖକୁ ଯିବି .ଆପଣଙ୍କ ସମସ୍ୟା ଶୁଣିବି ଓ ସମାଧାନ କରିବି .
ତେବେ ନିକଟରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ .ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଂଚିଥିଲେ ଲୋକଙ୍କ ସରକାର . ପ୍ରଥମ ଥର ରାଜଧାନୀ ବାହାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ .ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ . ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବା ପରେ ସଡକପଥରେ ସମ୍ବଲପୁର ଆସିଥିଲେ ମୁଖ୍ୟମନ୍ତ୍ରୀ .ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲାପାଳ ତାଙ୍କୁ ସ୍ୱାଗତ କରିଥିଲେ .
ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ . ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ଅଭିଯୋଗ ପ୍ରକୋଷ୍ଠ ବନ୍ଦ କରି କାହାଁକି ସମ୍ଭଲପୁରରେ ୧୦ ଜଣ ମନ୍ତ୍ରୀଙ୍କୁ ନେଇ ଅଭିଯୋଗ ଶୁଣିଲେ ଲୋକେ ପ୍ରଶ୍ନ ଉଠାଇଥିଲେ . ଯେତେବେଳେ ଓଡ଼ିଶାର କୋଣ ଅନୁକୋଣଣୁ ଲୋକେ ସମସ୍ୟା ଧରି ଭୁବନେଶ୍ୱର ଆସୁଛନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ କାହାଁକି ଗଲେ ତାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ . ବିଜେପି ବୋଧେ ଜୟନାରାୟଣ ମାନ ଭଞ୍ଜନ କରିବାକୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା . କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି ସେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବେ