ଏବେ ବି ଟ୍ରେଣ୍ଡ କରୁଛି ନବୀନଙ୍କ ଗୀତ

ଏବେ ବି ଟ୍ରେଣ୍ଡ କରୁଛି ନବୀନଙ୍କ ଗୀତ

ଏବେ ବି ଟ୍ରେଣ୍ଡ କରୁଛି ନବୀନଙ୍କ ଗୀତ । ଓଡିଶାରୁ କାଶ୍ମୀର ସବୁଠି ନବୀନଙ୍କ ଗୀତରେ ଝୁମୁଛନ୍ତି ଲୋକେ । ହଁ ଆଜ୍ଞା, ଛୋଟ ପିଲାଠୁ ଆରମ୍ଭ କରି ଯୁବ ସମାଜ ଏବଂ ବୃଦ୍ଧବୃଦ୍ଧା ସମସ୍ତଙ୍କ ମୁହଁରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତଟି ଯେପରି ମୁଖସ୍ତ ରହିଛି । କୌଣସି କାର୍ଯ୍ୟକ୍ରମ ହେଉ ବା ପିକନିକ ସବୁଠି ଏହି ଗୀତ ବାଜୁଛି । ଏବଂ ସମସ୍ତେ ଏହି ଗୀତକୁ ଏନଜୟ କରିବା ସହ ଆଜିବି ନବୀନଙ୍କ ପ୍ରତି ଥିବା ସେମାନଙ୍କ ଭଲପାଇବା ପ୍ରମାଣିତ ହୋଇଯାଉଛି । ତେବେ କିଛି ଦିନ ପୂର୍ବରୁ କାଶ୍ମୀର ବରଫ ପାହାଡରେ ନବୀନଙ୍କ ଗୀତ ବାଜୁଥିଲା । ଏବଂ କିଛି ଯୁବକ ନବୀନଙ୍କ ଗୀତରେ ନାଚିବା ସହ ନିଜ ସ୍ୱରରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ବୋଲି ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏଥିରୁ ନବୀନଙ୍କ ଲୋକପ୍ରିୟତା କେବଳ ଓଡିଶାରେ ସୀମିତ ନରହି ଭାରତ ବାହାରେ ମଧ୍ୟ ରହିଥିବା ସ୍ପଷ୍ଟ ହୋଇପଡୁଛି ।

ତେବେ ନୂଆବର୍ଷ ଥିବାରୁ ସବୁଆଡେ ପିକନିକ ଋତୁ ଆରମ୍ଭ ହୋଇଛି । ଆଉ ପିକନିକରେ ବି ନବୀନ ସଙ୍ଗରେ ଲୋକେ ଝୁମୁଥିବାର କିଛି ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଖାସ କରି ଯୁବକମାନେ ଏହି ଗୀତରେ ନାଚି ଗାଇ ଧମାଲ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *