ଏବେ ବି ସବୁଥିରେ ନବୀନଙ୍କୁ ଖୋଜୁଛନ୍ତି ଲୋକେ

ଏବେ ବି ସବୁଥିରେ ନବୀନଙ୍କୁ ଖୋଜୁଛନ୍ତି ଲୋକେ

ଏବେ ବି ବିଜେପି ଉପରେ ପାଉନି ଲୋକଙ୍କ ଭରଷା । ସବୁଥିରେ ନବୀନଙ୍କୁ ପଡୁଛି ଖୋଜା । ହଁ ଆଜ୍ଞା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ହେଉ ବା ଫସଲ ନଷ୍ଟ ବା ଲିଙ୍ଗରାଜ ମନ୍ଦିରରେ ଅଘଟଣ ପ୍ରସଙ୍ଗ ହେଉ । ସବୁଥିରେ ନବୀନଙ୍କୁ ଲୋକେ ଆଗ ଖୋଜୁଛନ୍ତି । ଯେଉଁ ଅବ୍ୟବସ୍ଥା ରାଜ୍ୟରେ ଏବେ ମୁଣ୍ଡ ଟେକୁଛି ବିଜେଡି ସମୟରେ ଏପରି ଅବ୍ୟବସ୍ଥା ହୋଇନଥିଲା ଏ କଥା ଉଠିବାତ ଏକ ପ୍ରକାର ନିଶ୍ଚିତ ହୋଇଗଲାଣି । ୨୫ ବର୍ଷର ରାଜନୀତିରେ ଆମେ ଏପରି ଅବ୍ୟବସ୍ଥା କେବେ ଦେଖିନୁ ବୋଲି ସାଧାରଣରେ ବୟାନ ବାଜି ଚାଲିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଛାଡି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିଜ ସମସ୍ୟାର ସମାଧାନ ନିମନ୍ତେ ଦୌଡି ଯାଉଥିବା ଦେଖିବାକୁ ମିଳୁଛି । ନିବାଚନ ପରେ ଯେଉଁଠି ଯେଉଁଠି ଅନାସ୍ଥା ଭୋଟ ପଡୁଛି ସେଠି ମଧ୍ୟ ଅଧାରୁ ଅଧିକାଂଶ ଆସନରେ ବିଜେଡି ନିଦ୍ୱନ୍ଦ୍ୱରେ ବିଜୟ ହେଉଛି । ଆଉ ଏସବୁଥିରୁ ନବୀନଙ୍କୁ ଲୋକେ ଖୋଜୁଥିବା ଏବଂ ବିଜେଡି ଶାସନକୁ ପସନ୍ଦ କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।

କିନ୍ତୁ ବିଜେପି ଏହାକୁ ଆଦୌ ସହ୍ୟ କରିପାରୁନି । ରାଗରେ ଜର୍ଜରିତ ହୋଇ ସବୁ ସଭା ସମିତିରେ ବିଜେଡି କିଛି କରିନି, କେବଳ ଦୁର୍ନୀତି କରିଛି, ସେ ସମ୍ପର୍କରେ ନାରାବାଜି କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏପଟେ ଯେ ବିକାଶ ଠପ୍ ହୋଇ ପଡି ରହିଛି , କାମ କିଛି ହେଉନି କେବଳ ଭାଷଣବାଜି ଚାଲିଛି ତାହା ବିଜେପି ନେତାଙ୍କୁ ଦେଖାଯାଉନି । କେବଳ ବିଜେଡିକୁ କିପରି ସମାଲୋଚନା କରିବେ, ସେନେଇ ଉପାୟ ଖୋଜୁଛନ୍ତି ।
ଅନ୍ୟପଟେ ବିଜେପି ସରକାରକୁ ୯ ମାସ ହୋଇଗଲାଣି । ଆଉ କିଛି ମାସ ପରେ ବର୍ଷେ ପୂରିବ । କିନ୍ତୁ ଏତେ ସମୟ ଭିତରେ ବି ରାଜ୍ୟରେ ସେପରି କିଛି ଆଖି ଦୃଖିଆ ବିକାଶ ହୋଇଥିବା ଦେଖିବାକୁ ମିଳୁନି । କେବଳ ଗେରୁଆମୟ ହୋଇଥିବା ଏବଂ ବିଜେପି ନେତାଙ୍କ ବଡ ବଡ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳୁଛି । ଏବଂ ସୁଭଦ୍ରା ଯୋଜନା ଉପରେ ସରକାର ଜୋର ଦେଉଛନ୍ତି । ତେବେ କେବଳ ଏତିକି ନୁହେଁ, ଖୋଦ ମୁଖ୍ୟମନ୍ତ୍ରୀ ନିଜ ପଦର ଓଜନ ରଖୁନଥିବାରୁ ଏବଂ ନିଜ ଉଚ୍ଚାରଣ ଏବଂ ଆଚରଣରେ ପରିବର୍ତନ ଆଣୁନଥିବାରୁ ମୋହନଙ୍କ ଉପରେ ଅସନ୍ତୁଷ୍ଟ ରହୁଛନ୍ତି ସାଧାରଣ ଜନତା । ଆଉ ଏହି ସବୁ କାରଣ ପାଇଁ ବିଜେପି ତୁଳନାରେ ବିଜେଡିକୁ ଲୋକେ ଝୁରି ହେଉଥିବା ଏବଂ ନବୀନଙ୍କ ସେହି ପଦେ କଥା ଆପଣ ମାନେ ଖୁସିତ କଥାକୁ ମନେ ପକାଉଥିବା ଚର୍ଚ୍ଚା ହେଉଛି । ଆଉ ଏସବୁ ଥିରୁ ନବୀନ ଆଗକୁ କ୍ଷମତାକୁ ରିଟଣ୍ଣ କରିବାର ସଙ୍କେତ ବି ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *