ପହଲଗାମରେ ଆତଙ୍କୀ ଆକ୍ରମଣକୁ ନେଇ ପୁଣି ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ଆତଙ୍କୀଙ୍କୁ ଫୋନ କରି ଆତଙ୍କ ଖେଳାଇବା ନେଇ ଜଣେ ମୁସଲିମ ଯୁବକ କହିଥିବା ଖବର ସାମ୍ନାକୁ ଆସିଛି । ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଦିନକୁ ଦିନ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଆଉ ଏହିକ୍ରମରେ କିପରି ଆତଙ୍କୀମାନେ ପଯ୍ୟଟକଙ୍କୁ ବୈସରନ ମାଟିକୁ ବାହାନା କରି ନେଇ ଯାଉଥିଲେ ଏବଂ ସେମାନଙ୍କୁ ନିଜ ଧର୍ମ ସମ୍ପର୍କରେ ପଚାରି ବୁଝୁଥିଲେ ତାର ଖୁଲାସା କରିଛନ୍ତି ପହଲଗାମ ବୁଲିବାକୁ ଯାଇଥିବା ଜଣେ ହିନ୍ଦୁ ପର୍ଯ୍ୟଟକ ଏକତା ତିୱାରୀ । ଏପରିକି ଯେଉଁ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ ଜାରି ହୋଇଥିଲା ସେହି ତିନିଜଣଙ୍କ ମଧ୍ୟରୁ ଜଣଙ୍କ ସ୍କେଚ ଏହି ଯୁବକଙ୍କ ସହ ମେଳ ଖାଉଥିବା ସୂଚନା ମିଳିଛିା
ତେବେ ଏକତା କହିଛନ୍ତି ଯେ, ସେ ତାଙ୍କର ୨୦ ଜଣିଆ ଦଳ ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ । ଏବଂ ଆକ୍ରମଣ ଦିନ ଗଧ ଉପରେ ବସି ବୈସରନ ମାଟିକୁ ଯାଉଥିଲେ । କିନ୍ତୁ ସେହି ସ୍ଥାନକୁ ଯିବା ସମୟରେ ଦୁଇ ଜଣ ମୁସଲମାନ ଏକତା ଏବଂ ତାଙ୍କ ସାଥିରେ ଥିବା ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ସମ୍ପର୍କରେ ପଚାରିଥିଲେ । ଯାହାର ଉତ୍ତରରେ ଏକତା ଆମେ ହିନ୍ଦୁ ଏବଂ ମୋ ସହିତ ଅନ୍ୟମାନେ ମୁସଲମାନ ବୋଲି ଦୁଇ ଯୁବକଙ୍କୁ ଜଣାଇଥିଲେ । କିନ୍ତୁ ଏହା ଶୁଣିବା ପରେ ଯୁବକ ଜଣକ ସେମାନଙ୍କୁ କୋରାନ ପଢିବାକୁ ବାଧ୍ୟ କରିଥିଲେ ଏବଂ ଏକତାଙ୍କ ଭାଇ ବେକରେ ପକାଇଥିବା ରୁଦ୍ରାକ୍ଷ ମାଳା କାହିଁକି ପିନ୍ଧିଛ ବୋଲି ପଚାରିଥିଲେ । ଏବଂ ଏସବୁକୁ ନେଇ ଏକତାଙ୍କ ସହିତ ସେମାନେ ଝଗଡା କରିଥିଲେ । ଏବଂ ଝଗଡା ମଧ୍ୟରେ ଫୋନ କରି ତାର ଅନ୍ୟ ସାଥିଙ୍କୁ ପ୍ଲାନ ଏ ଫେଲ ମାରୁଛି ପ୍ଲାନ ବି କାଯ୍ୟକାରୀ କରିବା ନେଇ କହିଥିବା ଏକତା କହିଛନ୍ତିା ଏପରିକି ୩୫ ଟି ବନ୍ଧୁକ ଆଣିବା ନେଇ ମଧ୍ୟ ଫୋନ ଯୋଗେ ମୁସଲିମ ଯୁବକ ଜଣକ କହିଥିବା ଏକତା କହିଛନ୍ତି ।
ଆଉ ଏସବୁ ଜାଣିବା ପରେ ଏକତାଙ୍କ ମନରେ ଦ୍ୱନ୍ଦ୍ୱ ଆସିବା କାରଣରୁ ସେ ବୈସରନ ଯିବା ପରିବର୍ତେ ୫୦୦ ମିଟର ଦୂରରୁ ହିଁ ଗଧ ପିଠିରୁ ଓହ୍ଲାଇ ଫେରି ଆସିଥବା କହିଛନ୍ତି । ଆଉ ଏହା ପରେ ଯାହା ଘଟିଲା ତାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । କିନ୍ତୁ ଖବର ପାଇବା ମାତ୍ରେ ଏକତା ନିଜ ଫୋନରେ ଭିଡିଓ ସୁଟିଂ କରିଥିବା ସେହି ମୁସଲମାନ ଯୁବକ ସମ୍ପର୍କରେ ଏବଂ ସେ ଦିନ ଆତଙ୍କୀ ଆକ୍ରମଣ ପୂର୍ବରୁ କଣ କଣ ଘଟିଥିଲା ସେ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ଏହା ସହିତ ସେହି ମୁସଲମାନ ଯୁବକମାନେ ଏକତାଙ୍କୁ ବିନା ରେଜଷ୍ଟ୍ରେସନରେ ଅମରନାଥ ଦର୍ଶନ କରାଇବା ନେଇ ମଧ୍ୟ କହିଥିବା ସୂଚନା ଦେଇଛନ୍ତି ଏକତା । ଆଉ ଏଥିରୁ ଅମରନାଥରେ ମଧ୍ୟ କିଛି ଘଟିପାରେ ବୋଲି ଆଶଙ୍କା କରାଯାଉଛି ।