ପାକିସ୍ତାନ ଉପରେ ବଡ ପଦକ୍ଷେପ ନେବ ବିସିସିଆଇ । ଏସିଆ କପକୁ ନେଇ ପାକିସ୍ତାନ ଉପରେ ବାଜିପାରେ ଭାରତର ପ୍ରହାର । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଟି ୨୦ ଫର୍ମାଟରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ଆୟୋଜନ ଭାରତ କରିବାକୁ ଯାଉଛିା ୨୦୨୬ ଟି ୨୦ ବିଶ୍ୱକପ୍ ପୂବରୁ ଏହିଗୁରୁତ୍ୱପୂଣ୍ଣ ଟୁଣ୍ଣାମେଣ୍ଟରୁ ପାକିସ୍ତାନ ବାହାର ହୋଇପାରେ ବୋଲି ଭାରତୀୟ ପୂବତନ କ୍ରିକେଟଟର ଦାବି କରୁଛନ୍ତି । ସୁନୀଲ ଗାଭାସ୍କରଙ୍କ କହିବା ଅନୁସାରେ, ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ଭିତରେ ବହୁତ କିଛି ପରିବର୍ତନ ହୋଇଛି । ଆଉ ଏଭଳି ସ୍ଥିତିରେ ପାକିସ୍ତାନ ଭାରତ ଆସି ଖେଳିବା ଏକ ପ୍ରକାର ଅସମ୍ଭବ ବୋଲି ମତପ୍ରକାଶ ପାଉଛି । ତେବେ ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢି ବଢି ଚାଲିଛି । ଭାରତ ପାକିସ୍ତାନ ସହ ସମସ୍ତ ବ୍ୟାପାର ସମ୍ବନ୍ଧୀୟ ସମ୍ପର୍କ ଛିନ୍ନ କରିସାରିଛି । ଏପରିକି ୱାଟର ଷ୍ଟ୍ରାଇକ କରିବା ସହ ଭାରତରୁ ପାକିସ୍ତାନୀଙ୍କୁ ବିଦା କରାଯାଉଛି । କିନ୍ତୁ ଏତିକିରେ ଭାରତ ଶାନ୍ତ ପଡିନି । କିପରି ଚାରିଆଡୁ ପାକିସ୍ତାନ ହଇରାଣ ହେବ ସେନେଇ ଯୋଜନା ଚଳାଇଛି ।

You can share this post!
author