ଏସ.ପି.ହାୟର ସେକେଣ୍ଡାରୀ ସ୍କୁଲର ରେକର୍ଡ…

ଏସ.ପି.ହାୟର ସେକେଣ୍ଡାରୀ ସ୍କୁଲର ରେକର୍ଡ…

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ. ା ସାରା ରାଜ୍ୟରେ ଯୁକ୍ତ ଦୁଇ ରେ ୮୩ ପ୍ରତିଶତ ପିଲା ପାସ କରିଥିବା ବେଳେ ଭୁବନେଶ୍ୱରରେ ଥିବା ଏସ.ପି.ହାୟର ସେକେଣ୍ଡାରୀ ସ୍କୁଲରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି । ଏହି କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଗାୟତ୍ରୀ ପ୍ରଧାନ ୯୩.୮୩ ପ୍ରତିଶତ ସହ ୫୬୩ ମାର୍କ ରଖି କଲେଜ ଟପର ହୋଇଛନ୍ତି । ସେହିପରି ୯୩.୬୬ପ୍ରତିଶତ ସହ ୫୬୨ ମାର୍କ ରଖି ଯଶୋଲିନ ଷଡ଼ଙ୍ଗୀ ଦ୍ଵିତୀୟ ଟପର ହୋଇଛନ୍ତି । କଲେଜର ୨୦୨୩-୨୫ ବ୍ୟାଚ ରେ ଯୁକ୍ତ ଦୁଇ ବିଜ୍ଞାନରେ ୭୮ ଜଣ ରୁ ୭୮ ଜଣ ପାସ କରିଛନ୍ତି । ସେଥି ମଧ୍ୟରୁ ୩ ଜଣ ୯୦ ପ୍ରତିଶତ ଉପରେ ମାର୍କ ରଖିଥିବା ବେଳେ ୫୦୦ ମାର୍କ ଉପରେ ୧୩ ଜଣ, ଫାଷ୍ଟ କ୍ଲାସରେ ୬୨ ଜଣ ଉତୀର୍ଣ୍ଣ ହୋଇଥିବା ବେକେ ଦ୍ଵିତୀୟ ଶ୍ରେଣୀରେ ୧୬ ଜଣ ଉତୀର୍ଣ୍ଣ ହୋଇଛନ୍ତି । ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ନେଇ କଲେଜ କର୍ତ୍ତୃପକ୍ଷ ଖୁସି ପ୍ରକଟ କରିବା ସହ ସମସ୍ତ କୃତୀ ଛାତ୍ର ଛାତ୍ରୀଙ୍କୁ କକେଜ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମରେ କଲେଜ ଚେୟାରମ୍ୟାନ ସୁଶାନ୍ତ ପରିଡା, କଲେଜ ଅଧ୍ୟକ୍ଷ ସୁଚରିତା ପରିଡା ଓ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ତେବେ ଏଭଳି ରେଜଲ୍ଟ ପାଇ ବେଶ ଖୁସି ଅଛନ୍ତି କଲେଜ ଅଧ୍ୟକ୍ଷ ।

author

Related Articles

Leave a Reply

Your email address will not be published. Required fields are marked *