ଏହାକୁ ପିଅନ୍ତୁ 7 ଦିନରେ କମିବ ପେଟ…

ଏହାକୁ ପିଅନ୍ତୁ 7 ଦିନରେ କମିବ ପେଟ…

ସୁସ୍ଥ ସୁନ୍ଦର ଜୀବନଶୈଳୀ ସମସ୍ତଙ୍କର କାମ୍ୟ । ମନୁଷ୍ୟ ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଏ କିନ୍ତୁ କିଛି ଏମିତି ଖାଦ୍ୟ ଯାହା ଶରୀରରେ ରୋଗ ସୃଷ୍ଟି କରାଇବା ସହିତ ଓଜନକୁ ଅତ୍ୟଧିକ ବୃଦ୍ଧି କରାଇଥାଏ । ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଖାଦ୍ୟଶୈଳୀରେ ପରିବର୍ତ୍ତନ ଆଣି ଉତ୍ତମ ଖାଦ୍ୟ ଖାଇବାକୁ ପଡିଥାଏ । ତେବେ ମନୁଷ୍ୟ ଜୀବନରେ ଆଉ ଗୋଟିଏ ଅତ୍ୟଧିକ ସମସ୍ୟା ଜନିତ କଥା ହେଉଛି ମେଦ ବହୁଳତା । ଆଜିକା ସମାଜରେ ମୋଟାପଣ ପ୍ରାୟ ଲୋକଙ୍କର ମୁଖ୍ୟ ସମସ୍ୟା ହୋଇ ଛିଡାହୋଇଥାଏ । ଅତ୍ୟଧିକ ଓଜନ ହେତୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ମୋଟାପଣ ପାଇଁ ଅଧିକାଂଶ ରୋଗ ହୋଇଥାଏ । ମଧୁମେହ , ଉଚ୍ଚରକ୍ତଚାପ ଓ କୋଲେଷ୍ଟ୍ରଲ ବଢାଇଲା ପରି ଅନେକ ରୋଗର ସାମ୍ନା କରିବାକୁ ପଡେ । ତେଣୁ ମୋଟାପଣ ବ୍ୟକ୍ତିମାନେ ନିଜର ଓଜନ ହ୍ରାସ କରିବା ଉଚିତ । ଏବଂ ଓଜନ କମେଇବା ପାଇଁ ଲୋକେ ବିଭିନ୍ନ ପନ୍ଥା ଆପଣାଇଥାନ୍ତି । ଏଇଥିପାଇଁ ଲୋକେ ଜିମ,ଡାଏଟ,ୟୋଗା,ୱାର୍କଆଉଟ ଅତ୍ୟାଦି କରନ୍ତି କନ୍ତୁ ସହଜରେ ମୋଟାପଣ କମେନାହିଁ । ତଥାପି ଏହାକରି 2ରୁ 3 କିଲୋ ଓଜନ କମାଇପାରନ୍ତି ଏବଂ ଶେଷରେ ନିରାଶ ହେବାକୁ ପଡେ । ଯଦି ମୋଟାପଣ କମାଇବାକୁ ଚାହାଁନ୍ତି ତେବେ ପ୍ରତିଦିନ ଏହି କାମ କରନ୍ତୁ 7ଦିନରେ କମିବ ଚର୍ବି । ପ୍ରତିଦିନ ସଫିସେଣ୍ଟ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ ସକାଳେ ଏକ ଗ୍ଲାସ ଗରମ ପାଣିରେ ଲେମ୍ୱୁରସ ମିଶାଇସେଥିରେ ଏକ ଚାମଚ ଚିଆମଞ୍ଜି ପକାଇ ପିଇବେ । ଚିଆମଞ୍ଜିରେ ରହିଥିବା ଫ୍ୟାଟି ଏସିଡ,ଫାଇବର ଓ ପୋଷକ ତତ୍ତ୍ୱ ଶରୀରରୁ ଚର୍ବି କମାଇବାରେ ସାହାଯ୍ୟ କରାଇଥାଏ । ପ୍ରୋଟିନ ଓ ଫାଇବରରେ ଭରପୁର ଏହି ଚିଆମଞ୍ଜିର ପାଣି ଭୋକକୁ ରୋକିବାରେ ସାହାଯ୍ୟ କରିଥାଏ ଏବଂ ଓଜନକୁ ନିୟନ୍ତ୍ରଣରେ ରଖିବା ସହିତ ଚର୍ବି ହାସ କରିଥାଏ ।

author

Related Articles

Leave a Reply

Your email address will not be published. Required fields are marked *