ଏହି ଦୁଇ ମହିଳାଙ୍କ ପାଇଁ ବଦନାମ ହେଲା ଓଡିଶା

ଏହି ଦୁଇ ମହିଳାଙ୍କ ପାଇଁ ବଦନାମ ହେଲା ଓଡିଶା

ବଢୁଛି କିଟ୍ ତାତି ଭାଇରାଲ ହେଉଛି ଭିଡିଓ । ଦୁଇ ପ୍ରଫେସରଙ୍କ ଉନ୍ମକ୍ତ କାଣ୍ଡ । ଜଣେ ହେଉଛନ୍ତି ମଞ୍ଜୁଷା ପାଣ୍ଡେ ଆସୋସିଏଟ ପ୍ରଫେସର ଅନ୍ୟଜଣେ ହେଲେ ଛାତ୍ରୀ ହଷ୍ଟେଲର ଯୁଗ୍ମ ନିର୍ଦ୍ଦେଶକ ଜୟନ୍ତୀ ନାଥ । ରାତି ଅଧରେ ଛାତ୍ରୀମାନଙ୍କୁ ଧମକ ଦେଲେ । ଆଉ ଏମିତି କହିଲେ । ହଁ ଦର୍ଶକବନ୍ଧୁ କିଟ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ବଢୁଛି ତାତି । କିଟ ବିଶ୍ୱବିଦ୍ୟାଳୟରୁ ବିଧାନସଭା ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା । ତେବେ ଏହି ଘଟଣା ଦିନ ମହିଳା ହଷ୍ଟେଲର ଏହି ଦୁଇ ପ୍ରଫେସରଙ୍କ କାର୍ନାମାକୁ ଟିକେ ଭଲକରି ଦେଖନ୍ତୁ । ରାତି ଅଧରେ ଆସି ଛାତ୍ରୀ ମାନଙ୍କୁ ଧମକ ଦେଲେ ଏବଂ ଜିନିଷପତ୍ର ଧରି ତୁରନ୍ତ ହଷ୍ଟେଲ ଛାଡନ୍ତୁ ବୋଲି କହିଲେ । ଖାଲି ସେତିକି ନୁହେଁ ପିଲାଙ୍କ ବାଡେଇବା ପାଇଁ ମଧ୍ୟ ମାଡିଯାଉଛନ୍ତି ଏହି ଦୁଇ ଜଣ । ଯାହା କହୁଛୁ ତାହା କର ବେଶି କଥା କୁହନି ବୋଲି ମଧ୍ୟ କହୁଛନ୍ତି । ଆହୁରି ମଧ୍ୟ କହୁଛନ୍ତି କି କିଟ୍ କଲେଜର ଯେତିକି ଜଣଙ୍କୁ ଖାଇବାକୁ ଦିଆଯାଉଛି ନେପାଳର ବଜେଟ ଠାରୁ ଅଧିକ ହେବ

ତେବେ ଏହି ଦୁଇ ପ୍ରଫେସର କୁଆଡେ କିଟ ଫାଉଣ୍ଡର ଅଚ୍ୟୁତ ସାମନ୍ତଙ୍କ ବେଶ୍ ଖାସ ଥିଲେ । ତେବେ ଛାତ୍ରୀ ହଷ୍ଟେଲର ଦାୟିତ୍ୱ ନେଇଥିଲେ ମଞ୍ଜୁଷା ପାଣ୍ଡେ । ଛାତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କୁ କେମିତି ଧମକାଉଛନ୍ତି ତାହା ତ ଦେଖିଲେ । ତେବେ ଏହି ଦୁଇ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ଏବଂ କିଟ୍ କର୍ତ୍ତୁପକ୍ଷ ଦୁହିଁଙ୍କୁ ସସପେଣ୍ଡ କରିବା ପରେ ଦୁହେଁ ଫେସବୁକରେ ଭିଡିଓ କରି ଭୁଲ ମାଗିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *