କଣ ଆପଣ ନିୟମିତ ଅଦା ପାଣି ପିଉଛନ୍ତି କି ? ଅଦା ପାଣି ପିଇବା ଦ୍ୱାରା କଣ ସବୁ ଲାଭ ମିଳେ ଆପଣ ଜାଣିଛନ୍ତି କି ? ରୋଷେଇ ଘରେ ଥିବା ବିଭିନ୍ନ ପ୍ରକାର ମସଲା ମଧ୍ୟରୁ ଅଦା ହେଉଛି ଗୋଟିଏ । ଏହା ଖାଦ୍ୟକୁ ଯେତିକି ସ୍ୱାଦିଷ୍ଟ କରିଥାଏ ଏହା ଆମ ଶରୀରରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ ।
ତେବେ ଅଦାରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଅଦାରେ ଭିଟାମିନ୍ ସି, ମ୍ୟାଗ୍ନେସିୟମ, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲସିୟମ, ପ୍ରୋଟିନ, ଜିଙ୍କ, ଏବଂ ଅନେକ ମିନେରାନ୍ସ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ୱ, ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳ ସମୟରେ ଖାଲି ପେଟରେ ଅଦା ପାଣି ପିଅନ୍ତି ତେବେ ଏହା ଶରୀରକୁ ଅନେକ ଲାଭ ଦେବ । ପାଚନ କ୍ରିୟାରେ ଉନ୍ନତ ଆସିବା ସହ ମୁହଁରେ ଥିବା ବ୍ରଣ ସମସ୍ୟା ଦୂର କରିବାରେ ଅଦା ପାଣି ବିଶେଷ ସହାୟକ ହୋଇଥାଏ ।
ସେହିପରି ଖାଲି ପେଟରେ ଅଦା ପାଣି ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଅଦାରେ ଭିଟାମିନ୍ ସି ମିଳୁଥିବାରୁ ଏହାର ସେବନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ସେହିପରି ଅଦା ପାଣି ପିଇବା ଦ୍ୱାରା ବେଲି ଫ୍ୟାଟ କମ୍ ହେବା ସହ ମେଟାବୋଲିଜିମ୍ ଠିକ୍ ରହିଥାଏ ।
ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ହାର୍ଟ ସୁସ୍ଥ ରହିବା ସହ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଗଣ୍ଠି ଫୁଲା କମିବା ସହ ଓଜନ ବି ହ୍ରାସ ପାଇଥାଏ ।