କଣ ଆପଣ ନିୟମିତ କାକୁଡି ଖାଉଛନ୍ତି କି ? କାକୁଡି ଖାଇବାର ସଠିକ୍ ସମୟ ଆପଣ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା ଏହି ଭିଡିଓରେ । କାକୁଡି ଖାଇବାକୁ କାହାକୁ ବା ପସନ୍ଦ ନୁହେଁ । ଖରା ଦିନେ ତ କାକୁଡିକୁ ସମସ୍ତେ ନିଜ ଡାଏଟରେ ସାମିଲ କରିଥାନ୍ତି । ଏହା ଶରୀରରେ ଜଳୀୟ ଅଂଶକୁ ନିୟନ୍ତ୍ରିତ କରି ରଖିବା ସହ ଆମ ଶରୀରକୁ ପୋଷକ ତତ୍ୱ ପହଁଞ୍ଚାଇଥାଏ । ଓଜନ ହ୍ରାସ ସହ ଡାଇଜେସନରେ ମଧ୍ୟ ସହାୟକ ହୁଏ । କିନ୍ତୁ ଏହାକୁ ଉପଯୁକ୍ତ ସମୟରେ ସେବନ କଲେ ହିଁ ଏହାର ଫାଇଦା ମିଳିଥାଏ ।
ତେବେ କାକୁଡିକୁ ଆପଣ ସକାଳ ସମୟରେ ଖାଇ ପାରିବେ । କାଲି ପେଟରେ ଏହାକୁ ଖାଇଲେ ଏହା ଶରୀରକୁ ଡିଟକ୍ସିଫାଏ କରିଥାଏ । ଏବଂ ଡାଇଜେସନ ପ୍ରକ୍ରିୟାକୁ ସହଜ କରିଥାଏ । ଏହା ଦ୍ୱାରା ଚର୍ମରେ ମଧ୍ୟ ଉନ୍ନତି ଆସିଥାଏା କିନ୍ତୁ ଯେଉଁମାନଙ୍କର ଏସିଡିଟି ସମସ୍ୟା ଅଛି, ସେମାନଙ୍କୁ ଖାଲି ପେଟରେ କାକୁଡି ଖାଇବାକୁ ବାରଣ କରାଯାଇଥାଏ ।
ସେହିପରି ଆପଣ କାକୁଡିକୁ ମଧ୍ୟାହ୍ନ ଭୋଜନ ସମୟରେ ସାଲାଡ ଆକାରରେ ଗ୍ରହଣ କରିପାରିବେ । ଗ୍ରୀଷ୍ମ ଋତୁରେ ଏହା ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟ୍ ରଖେ । ଓଜନ ହ୍ରାସ କରିବା ପାଇଁ, ଅପରାହ୍ନରେ କାକୁଡି ଖାଇବା ଲାଭଦାୟକ କାରଣ ଏହା ପେଟକୁ ଫୁଲ୍ ରଖେ ଏବଂ ଅଧିକ ଖାଇବାକୁ ମନ ହୁଏ ନାହିଁ । ମଧ୍ୟାହ୍ନ ଭୋଜନ ସହିତ କାକୁଡି ରାଇତା ଖାଆନ୍ତୁ କିମ୍ବା କାକୁଡି, ଟମାଟୋ ଏବଂ ଗାଜରର ସାଲାଡ ପ୍ରସ୍ତୁତ କରି ଖାଆନ୍ତୁ ।
ଯଦି ଆପଣ ହାଲୁକା ରାତ୍ରୀ ଭୋଜନ କରିବାକୁ ଚାହାଁନ୍ତି, ତେବେ କାକୁଡି ଏକ ଭଲ ବିକଳ୍ପ ହେବ । ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ, ଯାହା ରାତିରେ ଖାଇବା ପରେ ମଧ୍ୟ ପେଟକୁ ହାଲୁକା କରିଥାଏ । ଯଦି ଥଣ୍ଡା ଖାଦ୍ୟ ଖାଇଲେ ସମସ୍ୟା ହୋଇଥାଏ , ତେବେ ରାତିରେ କମ୍ କାକୁଡି ଖାଇବେ । ରାତ୍ରି ଭୋଜନ ପରେ ତୁରନ୍ତ କାକୁଡି ଖାଆନ୍ତୁ ନାହିଁ, ଏହା ହଜମ ହୋଇନଥାଏ ।
ତେବେ କାକୁଡି ଏକ କମ୍ କ୍ୟାଲୋରୀ ଏବଂ ହାଇ-ଫାଇବର ଖାଦ୍ୟ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ସୁସ୍ଥ ଏବଂ ଚମକ ପ୍ରଦାନ କରେ । ଏହା ସହିତ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।