ଏହି ସମୟରେ କରନ୍ତୁ ବ୍ୟାୟାମ…ମିଳିବ ଗଜବ ଫାଇଦା

ଏହି ସମୟରେ କରନ୍ତୁ ବ୍ୟାୟାମ…ମିଳିବ ଗଜବ ଫାଇଦା

ଆଜିକାଲି ଦୁନିଆରେ ନିଜ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ । ସମସ୍ତେ ନିଜକୁ ଫିଟ ରଖିବା ପାଇଁ ଚାହାଁନ୍ତି ଏବଂ ନିଜକୁ ଫିଟ ରଖିବା ପାଇଁ ଜିମ ଡାଏଟ ପରି ନାନା ପଦ୍ଧତି ମଧ୍ୟ ଅବଲମ୍ୱନ କରନ୍ତି ଏବଂ କେହି କେହି ଯୋଗ ବା ବ୍ୟାୟାମ ମଧ୍ୟ କରିଥାନ୍ତି । ବ୍ୟାୟାମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ତେବେ ଯେତେବେଳେ ଲୋକଟିଏ ବ୍ୟାୟାମ କରିବା ଆରମ୍ଭ କରେ ସେତେବେଳେ ମନରେ ଗୋଟେ ପ୍ରଶ୍ନ ଉଠିଥାଏ କେଉଁ ସମୟରେ ବ୍ୟାୟାମ କରିବା ଶରୀର ପାଇଁ ଉପଯୋଗୀ ଅଟେ । ସକାଳ ସମୟ ନା ସନ୍ଧ୍ୟା ସମୟ । କେହି କେହି ବିଶ୍ୱାସ କରନ୍ତି ସକାଳ ସମୟରେ ବ୍ୟାୟାମ କରିବା ଦ୍ୱାରା ଦିନଟି ଭଲରେ କଟିଥାଏ ଏବଂ ଓଜନ ହ୍ରାସ ହେବାରେ ମଧ୍ୟ ବ୍ୟାୟାମ ସାହାଯ୍ୟ କରିଥାଏ । ଅପରପକ୍ଷରେ ଯଦି ଆମେ ସକାଳ ସମୟରେ ବ୍ୟାୟାମ କରୁଛେ ତାହା ଦିନଯାକର ଥକ୍କାପଣ ଦୂର ହୋଇଥାଏ । ତେବେ ଏହି ଦ୍ୱନ୍ଦ୍ୱ ଭିତରେ କେଉଁ ସମୟଟି ଆପଣଙ୍କ ପାଇଁ ଉଚିତ ଆସନ୍ତୁ ଜାଣିବା ଏହି ଭିଡିଓରେ…

ଯଦି ଆପଣ ସକାଳ ସମୟରେ ବ୍ୟାୟାମ କରିବା ଦ୍ୱାରା ସକାଳର ତାଜା ପବନ ଏବଂ ଶାନ୍ତିରେ ବ୍ୟାୟାମ କରିବା ଶରୀର ଏବଂ ମନ ଉଭୟକୁ ସତେଜ କରିଥାଏ । ଏହା ଓଜନ ହ୍ରାସ ପାଇଁ ମଧ୍ୟ ଏକ ଭଲ ସମୟ କାରଣ ଖାଲି ପେଟରେ ଚର୍ବି ଜାଳିବା ପାଇଁ ଭଲ ବୋଲି ବିବେଚନା କରାଯାଏ। ସକାଳର ବ୍ୟାୟାମ ଶରୀରକୁ ସ୍ଥିର କରିଥାଏ ଏବଂ ନିଦ୍ରାର ଗୁଣବତ୍ତାକୁ ଉନ୍ନତ କରିଥାଏ । ସକାଳ ସମୟ ସାଧାରଣତଃ କମ୍ ଭିଡ଼ ହୋଇଥାଏ, ତେଣୁ ବ୍ୟାୟାମ ରୁଟିନ୍ କରିବା ସହଜ ହୋଇଥାଏ । ସେହିପରି ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ଶରୀର ଅଧିକ ସକ୍ରିୟ ଏବଂ ନମନୀୟ ରହିଥାଏ। ଦିନର କାର୍ଯ୍ୟକଳାପ ପରେ, ଶରୀର ଷ୍ଟ୍ରେଚିଂ ଏବଂ ଓଜନ ଉଠାଇବା ପାଇଁ ଅଧିକ ପ୍ରସ୍ତୁତ ଥାଏ । ସେହିପରି ସନ୍ଧ୍ୟାରେ ସାରା ଦିନର କ୍ଳାନ୍ତି ଯୋଗୁଁ ବ୍ୟାୟାମ କରିବାରେ ଅସୁବିଧା ହୋଇପାରେ ।

ତେବେ ବର୍ତ୍ତମାନ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କେଉଁ ସମୟଟି ବ୍ୟାୟାମ ପାଇଁ ଉପଯୋଗୀ ଅଟେ । ସକାଳ ଓ ସନ୍ଧ୍ୟାରେ ବ୍ୟାୟାମ କରିବା ଉଚିତ କିନ୍ତୁ ତାହା ଆପଣଙ୍କ ଶରୀରରେ ଉପରେ ନିର୍ଭର କରେ ।

author

Related Articles

Leave a Reply

Your email address will not be published. Required fields are marked *