କିପରି ବିଜେଡି ସଭାରେ ସାଧାରଣ ଲୋକଙ୍କ ପାଇଁ ପଡିଥିବା ଚେୟାର ଗୁଡିକ ଭରପୁର ରହିଛି । ଭିଡ ଏତେ ଯେ, ଆଖି ବି ପାଉନି । ଏପରିକି ଲୋକମାନେ ଛିଡା ହୋଇ ସଭାରେ ସାମିଲ ଥିବା ଦେଖିବାକୁ ମିଳୁଛି । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଅନ୍ତୁ, ଅବା ବିଜେଡିର ଅନ୍ୟ କେହି ନେତା । ସବୁ କାଯ୍ୟକ୍ରମରେ ସାଧାରଣ ଜନତାଙ୍କ ବେଶ୍ ସମାଗମ ଦେଖିବାକୁ ମିଳୁଛି ।
କିନ୍ତୁ ଏପଟେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବି ଖାଲି ଚେୟାର ପଡୁଥିବା, ଲୋକମାନେ ସଭାରେ ଥାଇ ଫୋନ୍ ଟିପୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଏପରିକି ବିଜେପି ସାଂସଦ, ବିଧାୟକଙ୍କ ସଭା ସମିତିରେ ବି ସମାନ ଚିତ୍ର ସାମ୍ନାକୁ ଆସିଛି । କାଁ ଭାଁ ଲୋକ ଉପସ୍ଥିତ ଥିବା ବେଳେ ଫୋନ୍ , ଏବଂ ମେସେଜ କରି ସେମାନଙ୍କୁ ଉପସ୍ଥିତ ରହିବା ନେଇ ତାଗିଦ୍ କରାଯାଉଛି । କିନ୍ତୁ ତଥାପି ସରକାରୀ ସଭାରେ ଖାଲି ଚେୟାର ପଡିଥିବା ଦୃଶ୍ୟ ରେକର୍ଡ କରୁଛି । ଏପରିକି କିପରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଖୋଦ ସରକାରୀ ଅଫିସର ମାନେ ଜାଣି ଜାଣି ଅବ୍ୟବସ୍ଥା କରୁଛନ୍ତି, ଏବଂ ଲୋକଙ୍କୁ ସେଠାରୁ ଯିବାକୁ କହୁଛନ୍ତି ସେ ସମ୍ପର୍କରେ ନିଜେ ମୁହଁ ଖୋଲୁଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ଏ ସରକାରର ଅପାରଗତାକୁ ପଦାରେ ପକାଉଛି ।
କିନ୍ତୁ ତଥାପି ବିଜେପି ଲୋକଙ୍କ ସରକାର. ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ କହିବାକୁ ଆଦୌ ପଛଘୁଞ୍ଚା ଦେଉନାହାନ୍ତି ବିଜେପି ନେତା । କିନ୍ତୁ ଲୋକଙ୍କ ସରକାର କିଏ ତାହା ସାଧାରଣ ଲୋକେ ବୁଝିସାରିଲେଣି ବୋଲି କାହାକୁ ଅଛପା ନାହିଁ । ଅନ୍ୟପଟେ ବିଜେପି ସଭାରେ ଖାଲି ଚେୟାର ପଡିବା ବିଜେପିର ମିଛ ପ୍ରଚାର ପ୍ରସାରର ଫଳ ବୋଲି ଅନେକ ମହଲରେ ଆଲୋଚନା ହେଉଛି । କଥା ଦେଇ କଥା ରଖିଲେ ମୋହନ ସରକାର କହି ଯେଉଁ ବଡ ବଡ ପୋଷ୍ଟର ବିଜେପି ରାଜ୍ୟ ସାରା ମାରିଚାଲିଛି, ସେଥିରେ କିଛି ବି ସତ୍ୟତା ନଥିବା ସାଧାରଣ ଲୋକେ ବୁଝି ସାରିଲେଣି । କେବଳ ଘୋଷଣା ବାଜିରେ ସୀମିତ ରହି ଯାହା କହିଥିଲୁ ତାହା କରି ଦେଖଉଛୁ ବୋଲି କହିଚାଲିଛନ୍ତି ବିଜେପି ନେତା । ଆଉ ଏସବୁର ପ୍ରଭାବ ବିଜେପିର ଲୋକପ୍ରିୟତା ଏବଂ ଭୋଟ ବ୍ୟାଙ୍କ ଉପରେ ପଡିପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ଏସବୁର ପ୍ରଭାବ ବିଜେପିକୁ କେତେ ଭାରି ପଡୁଛି ଏବଂ ଅ।।ଗାମୀ ନିବାଚନରେ ବିଜେପି ଲୋକଙ୍କ ଭରଷା ଜିତୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।