ଓଟ୍ସ ଖାଉଥିଲେ ସାବଧାନ…

ଓଟ୍ସ ଖାଉଥିଲେ ସାବଧାନ…

କଣ ଆପଣ ଓଟ୍ସ ଖାଇବାକୁ ପସନ୍ଦ କରନ୍ତି କି? ଓଟ୍ସ ଆମ ଶରୀର ପାଇଁ କେତେ ହାନିକାରକ ଆପଣ ଜାଣନ୍ତି କି ? ଆଜିକାଲିର ଯୁବ ବର୍ଗ ନିଜ ଡାଏଟରେ ସାଧାରଣତ ଓଟ୍ସକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିବା ସହ ମେଟାବୋଲିଜିମ୍‌କୁ ବି ବୁଷ୍ଟ କରେ ।ଏହା ସହ ଏହା ହାଲୁକା ମଧ୍ୟ ଅନୁଭୁତ କରାଇଥାଏ । କିନ୍ତୁ ଫସଫରସ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଆଇରନ୍, ଫୋଲେଟ୍, ଭିଟାମିନ୍ ବି- ୬ ଏବଂ ଥିଏମାଇନ୍ ପରି ପୋଷତତ୍ତ୍ୱରେ ଭରପୂର ଏହି ଖାଦ୍ୟ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ ଓ ଏହାର ସେବନ ସେମାନେ କରିବା କଥା ବି ନୁହେଁ ।
ତେବେ ଆସନ୍ତୁ ଜାଣିବା, କେଉଁ ମାନଙ୍କ ପାଇଁ ଓଟ୍ସ ହାନିକାରକ ଅଟେ ।

  • ଚର୍ମରୋଗ ଏବଂ ପୋଡାଜଳ ପରି ଆଲର୍ଜିରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଓଟ୍ସ ଖାଇବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଏଥି ସହିତ, ଏଥିରେ ଅଧିକ ଫସଫରସ୍ ଥାଏ, ଯାହା କିଡନୀ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ତେଣୁ, ଯେଉଁମାନେ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ, ସେମାନେ ମଧ୍ୟ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ ।
  • ଏଥି ସହିତ, ଯେଉଁମାନେ ମଧୁମେହ ଭଳି ରୋଗରେ ପୀଡିତ, ସେମାନେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହାକୁ ଖାଇବା ଉଚିତ୍ । ଏହା ବ୍ୟତୀତ ଯେଉଁମାନେ ହଜମ ଜନିତ ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ଓଟ୍ସ ଖାଇବା ମଧ୍ୟ ଭଲ ନୁହେଁ । ଉକ୍ତ ବ୍ୟକ୍ତିମାନେ ଓଟ୍ସ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ ।
author

Related Articles

Leave a Reply

Your email address will not be published. Required fields are marked *