ଓଡ଼ିଶା ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ | ପୁଣି ମାଓ ଡମ୍ଫ ଠାବ |

ଓଡ଼ିଶା ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ | ପୁଣି ମାଓ ଡମ୍ଫ  ଠାବ |

ଓଡ଼ିଶା ଜଙ୍ଗଲରେ ଲୁଚିଛନ୍ତି ମାଓବାଦୀ . ପୁଣି ମାଓ ଡମ୍ଫ ସହ ବିପୁଳ ମାଓ ସାମଗ୍ରୀ ଠାବ .ଗୁଳିର ଭୟଙ୍କର ଶବ୍ଧ ଆଖିପିଛୁଳାକେ ଟଳିପଲେ ଲୋକେ କାଶ୍ମୀର ପାଲହଗାମ ଘଟଣା ପରେ ସାରା ଦେଶରେ ଏକ ଭୟଭୀତ ବାତାବରଣ ଖେଳିଯାଇଛି . ଯେପରୀ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଆଖି ଆଗରୁ ବର୍ତିି ନିରିହ ଲୋକଙ୍କ ଜୀବନ ନେଲେ .ଏହାପରେ ଯେକେହିବି ଡରିବା ସ୍ୱାଭାବିକ . ତେବେ ଦେଶରେ ବର୍ତମାନ ଏପରି ବାତାବରଣ ଥିବା ବେଳେ ଓଡ଼ିଶାରେ ଜଙ୍ଗଲରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି . ତେବେ ବୈାଦ୍ଧର ମନମୁଣ୍ଡା ଥାନା ମାତାକୁପା ଜଙ୍ଗଲରୁ ମାଓ ଡମ୍ଫ ଠାବ ,ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି . ଏହାପରେ ସ୍ଥାନୀୟ ଲୋକମାନେ ଭୟଭୀତ ଅଛନ୍ତି .

ତେବେ ମାଓବାଦୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ମାତାକୁପା ଜଙ୍ଗଲ . ପୁଣି ବୌଦ୍ଧ ଜିଲ୍ଲା ରେ ମାଓ ଡମ୍ଫ ଠାବ, ବିପୁଳ ମାଓ ସାମଗ୍ରୀ ଜବଦ ହୋଇଛି . ଓଡିଶା ପୋଲିସ ମହାନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନକ୍ସଲ ବିରୋଧୀ ଅଭିଯାନ ବର୍ତମାନ ଜାରି ରହିଥିବା ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାତାକୁପା ସଂରକ୍ଷିତ ଜଙ୍ଗଲରେ ରେ ଏସଓଜି, ଡିଭିଏଫ ଯବାନ, ବୋମା ନିଷ୍କ୍ରିୟ କାରି ଦଳ ଏକ ମିଳିତ ଉଦ୍ୟମ ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ . ଅପରେସନରେ ମନମୁଣ୍ଡା ଥାନା ଅନ୍ତର୍ଗତ ମାତାକୁପା ଜଙ୍ଗଲ କାନାଗୁନ୍ ଗ୍ରାମ ନିକଟ ରୁ ଏକ ମାଓବାଦୀ ଡମିଂ ପଏଣ୍ଟ ଥିବା ଜାଣିବାକୁ ପାଇଥିଲେ . ସେନେଇ ସୁରକ୍ଷା ବାହିନୀ ଓ ବୋମା ନିଷ୍କ୍ରିୟ କାରି ଦଳ ଡମିଂ ପଏଣ୍ଟ ରେ ପହଂଚି ଡମ୍ପ ରୁ କଡା ସୁରକ୍ଷା ବଳୟ ରେ ଘୁଙ୍ଗୁର, ନକ୍ସଲ ୟୁନିଫ୍ରମ, ଡିଟନଟର, ବ୍ରାଉନ ଜୋତା, ମାଓ ବହି, ଢୋଲ, ବ୍ୟଟେରୀ ଚାର୍ଜ, ଆରିପାତି, ଭଳି ବିପୁଳ ମାଓ ସାମଗ୍ରୀଗୁଡିକୁ ଉଦ୍ଧାର କରିଥିବା ନେଇ ବୌଦ୍ଧ ଏସପି ରାହୁଲ ଗୋଏଲ ଙ୍କ ଠୁ ପ୍ରେସ ସୂଚନା ମିଳିଛି.

ତେବେ ନିକଟରେ ରାଜ୍ୟରେ ସରକାର ପରିବର୍ତନ ହୋଇଛି . ରାଜ୍ୟରେ ନବୀନଙ୍କ ସରକାର ପରେ ଏବେ ମୋହନଙ୍କ ସରକାର ଚାଲିଛି . ତେଣୁ ଲୋକମାନେ ନୂଆ ସରକାରଙ୍କ ଠାରୁ ସୁରକ୍ଷା ଆଶା କରୁଛନ୍ତି . ଅନ୍ୟ ପଟେ କାଶ୍ମୀର ପେହଲଗାମ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରିତ କରିଥିବା ବେଳେ . ରାଜ୍ୟରେ ଏହାର ସୁଯୋଗ ନେଇ ମାଓବାଦୀ ସକ୍ରିୟ ହେଉଥିବା ଆଲୋଚନା ହେଉଛି . କିନ୍ତୁ ଓଡିଶା ପୋଲିସ ମହାନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନକ୍ସଲ ବିରୋଧୀ ଅଭିଯାନ ବର୍ତମାନ ଜାରି ରହିଛି ତେଣୁ ଲୋକଙ୍କୁ ଡରିବାର ଆବଶ୍ୟକତା ନାହିଁ .

author

Related Articles

Leave a Reply

Your email address will not be published. Required fields are marked *