ଓଡିଆରେ ଭାଷଣ ଦେଲେ ନବୀନ…

ଓଡିଆରେ ଭାଷଣ ଦେଲେ ନବୀନ…

ବିନା କାଗଜରେ ଓଡିଆରେ ଭାଷଣ ଦେଲେ ନବୀନ । ତାଜୁବ ହେଲେ ନବୀନଙ୍କ ବିରୋଧୀ । ହଁ ଆଜ୍ଞା, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡିଆ ଜଣା ନାହିଁ, ପେପର ଦେଖି ସେ ଓଡିଆରେ ଭାଷଣ ଦେଉଛନ୍ତି, ବିଜେଡି ସରକାରରେ ଓଡିଆ ଅସ୍ମିତା ବିପଦରେ ରହିଛିା ଏହିଭଳି କିଛି ନାରା ବିଜେପି ନିର୍ବାଚନ ପୂର୍ବରୁ ଦେଇ ଆସୁଥିଲା । ନିର୍ବାଚନୀ ସଭା ସମିତିରେ ବିଜେପି ନେତାଙ୍କ ମୁହଁରେ ଏହି ସବୁ ପ୍ରସଙ୍ଗ ରହିଥିଲା । ବିଜେଡି ଓଡିଆ ଛାଡି ତାମିଲକୁ ବେଶି ଆପଣାଉଥିବା ବିଜେପି ନେତାମାନେ ଅଭିଯୋଗ କରୁଥିଲେ । କିନ୍ତୁ ଏବେ ସେହି ମାନଙ୍କୁ ଶକ୍ତ ଝଟକା ଲାଗିଛି । ଗଞ୍ଜାମରେ ନବୀନଙ୍କ ଓଡିଆ ଭାଷଣ ଶୁଣି ସେମାନେ ତାଜୁବ ହୋଇଥିବା ସାଧାରଣରେ ଆଲୋଚନା ଚାଲିଛି ।
ତେବେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ନେଇ ଏବଂ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ । ଆଉ ଏହି ସମୟରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଇ ଏବଂ ଚାଷୀମାନଙ୍କୁ ପ୍ରତିଶୃତି ଦେବାକୁ ଯାଇ ନବୀନ ଓଡିଆରେ ଭାଷଣ ଦେଇଥିଲେ । ତାହା ବି ବିନା କାଗଜରେ । ଯାହା ଏବେ ଟ୍ରେଣ୍ଡ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *