ଓଡିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ ? ବିଜେପି ବିଧାୟକଙ୍କ ଖଣ୍ଡି ଇଂରାଜୀ ହଟହଟା ମୋହନ !

ଓଡିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ ? ବିଜେପି ବିଧାୟକଙ୍କ ଖଣ୍ଡି ଇଂରାଜୀ ହଟହଟା ମୋହନ !

ଓଡିଆ ଅସ୍ମିତାକୁ ଆୟୁଧ କରି ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ରାଜ୍ୟରେ ଓଡିଆ ଅସ୍ମିତାର ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଓଡିଆ ଅସ୍ମିତାକୁ ନେଇ ସରଗରମ ରାଜ୍ୟ ରାଜନୀତି । ହଁ ଆଜ୍ଞା କାହିଁକିନା 24 ବର୍ଷର ମହାଦ୍ରୁମ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇବାରେ ବିଜେପି ପାଇଁ ଯେଉଁ ମୁଖ୍ୟ ଅସ୍ତ୍ର ସାଜିଥିଲା ଓଡିଆ ଅସ୍ମିତା ତାହା ଆଜି କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି ।

ପ୍ରଥମେ ବିଜେପି ମନ୍ତ୍ରୀଙ୍କ ଭାରତକୁ ଡାରତ ଲେଖିବା ଓ ଏହାପରେ ବାଲିଯାତ୍ରା ପଡିଆରେ ବିଜେପି ବିଧାୟକଙ୍କ ଖଣ୍ଡି ଇଂରାଜୀ ଭାଷଣ । ଯାହା ଏବେ ଓଡିଶା ରାଜନୀତିରେ ମୋହନ ସରକାରଙ୍କ ଉପରକୁ ସିଧା ସଳଖ ଆଙ୍ଗୁଠି ଉଠିଛି । ଯେଉଁ ଅସ୍ମିତାର ପ୍ରଚାର କରୁଥିଲା ଭାରତୀୟ ଜନତା ପାର୍ଟି ସେହି ଓଡିଆ କହିବା ପାଇଁ ଏବେ ବିଜେପି ବିଧାୟକଙ୍କୁ ଲାଜ ଲାଗୁଥିବା ନେଇ ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି । ବିଜେପି ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ଦେବାର କଥା ଉଠାଉଥିବା ବେଳେ ବିଧାୟକଙ୍କ ଏପରି ଇଂରାଜୀ ଭାଷଣ ଲଜ୍ଜା ଜନକ ବିଷୟ ଅଟେ । ଐତିହାସିକ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଉପସ୍ଥିତିରେ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଏପରି ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କରିବା କଥା ମଧ୍ୟ ଉଠୁଛି ।

କେଉଁ ମଞ୍ଚରେ କିପରି କହିବେ ସେ ନେଇ ବିଧାୟକଙ୍କୁ ତାଙ୍କ ଦଳ ଟ୍ରେଣ୍ଡ କରିବା ଉଚିତ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ବିଜେପି ବିଧାୟକଙ୍କ ଏପରି ଇଂରାଜୀକୁ ସମସ୍ତ ମହଲରୁ ନିନ୍ଦା କରାଯିବା ସହିତ ବିରୋଧି ବିଜେଡି ମଧ୍ୟ ଏହାକୁ ନେଇ ବିଜେପି ସରକାରର ଓଡିଆ ଅସ୍ମିତା ଉପରକୁ ଆଙ୍ଗୁଳି ଉଠାଇଛି ।

author

Related Articles

Leave a Reply

Your email address will not be published. Required fields are marked *