ପୁଣିଥରେ ମୋହନଙ୍କ ପାରିବା ପଣିଆକୁ ନେଇ ଉଠିଲା ପ୍ରଶ୍ନ । ଆଠମାସ ସରକାରରେ ଆନ୍ତଜାତୀୟ ସ୍ତରରେ ବଦନାମ ହେଲା ଓଡିଶା । କ୍ଷୋଭ ପ୍ରକାଶ କଲେ ବିରୋଧି ବିଜୁ ଜନତା ଦଳ । ହଁ ଦର୍ଶକବନ୍ଧୁ ଚାଲିଥିଲା ବଡ ମ୍ୟାଚ ଘଟିଗଲା ବଡ ଅଘଟଣ । କଟିଗଲା ଲାଇଟ ଅଧାରେ ଅଟକିଲା ମ୍ୟାଚ ବିରକ୍ତି ପ୍ରକାଶ କଲେ ରୋହିତ ଶର୍ମା । କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ବେଳେ ଏପରି କିଛି ବିଭ୍ରାଟ ଘଟିଥିଲା । ଫ୍ଲଡ ଲାଇଟରେ ସମସ୍ୟା ସୃଷ୍ଟି ହୋଇଥିଲା ଯାହାଫଳରେ ମ୍ୟାଚଟି କିଛି ସମୟ ପାଇଁ ଅଧାରେ ଅଟକି ରହିଥିଲା ସେହି ସମୟରେ ଟିମ ଇଣ୍ଡିଆ ସାମ୍ନାରେ ରହିଥିଲା 305 ରନର ଟାର୍ଗେଟ ।
ନିଜ ଟାର୍ଗେଟକୁ ପୂରଣ କରିବା ଲକ୍ଷ୍ୟରେ ପୁରା ଜୋସରେ ଥିଲେ ଟିମ ଇଣ୍ଡିଆର ଖେଳାଳୀ କିନ୍ତୁ ହଠାତ ଏହି ବଡ ଧରଣର ଘଟଣା ଏବେ ଓଡିଶା କ୍ରିକେଟ ଆସୋସିଏନକୁ ଏବେ ଅକଳରେ ପକାଇଛି । ଲାଇଟ କଟିଯିବା ନେଇ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିରକ୍ତି ହେବା ସହିତ ଫ୍ୟାନ୍ସ ମାନେ ମଧ୍ୟ ଓଡିଶା କ୍ରିକେଟ ଆଶୋସିଏସନ ଓ ସରକାରଙ୍କୁ ଦୋଷ ଦେଇଛନ୍ତି । ଦୀର୍ଘ 5 ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ହୋଇଥିଲା କିନ୍ତୁ ଏପରି ବିଭ୍ରାଟ ନିନ୍ଦନୀୟ ଅଟେ ।
ବାରବାଟୀରେ ଏଭଳି ଘଟଣା ଓଡିଶାର ଛବିକୁ ମଳିନ କରୁଥିବା କଥା ମଧ୍ୟ ଦର୍ଶକମାନେ ଅଭିଯୋଗ କଲେ କେବଳ ସେତିକି ନୁହେଁ ବରଂ ଏହି ଘଟଣା ପାଇଁ ଓସିଏକୁ ମଧ୍ୟ ଲଜ୍ଜା ମୁଣ୍ଡାଇବାକୁ ପଡିଛି । ତେବେ ଚର୍ଚ୍ଚା କାହିଁକି ଏ ବ୍ୟବସ୍ଥା ? ଆନ୍ତର୍ଜାତୀୟ ସ୍ତରର ମ୍ୟାଚରେ ଓଡିଶାକୁ କାହିଁକି ଏପରି ନିନ୍ଦା ସହିବାକୁ ପଡିଲା ବୋଲି ସାଧାରଣ ଜନତାଙ୍କ ଠାରୁ ବିରୋଧିଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କୁ ଦୋଷ ଦେଉଛନ୍ତି । 28 ମିନିଟ ପରେ ଲାଇଟ ଆସିଥିଲା ଏବଂ ପୁଣିଥରେ ମ୍ୟାଚ ଆରମ୍ଭ ହୋଇଥିଲା ଯେଉଁଥିରେ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଖେଳାଳୀ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଫ୍ଲଡ ଲାଇଟ କଟିବା ନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ।