ଆଜି ସାରା ଦେଶରେ 75ତମ ସାଧାରଣତନ୍ତ୍ର ଦିବସ ପାଲିତ ହୋଇଯାଇଛି । ବିକଶିତ ଭାରତ ମହିଳା ଶଶକ୍ତିକରଣକୁ ନେଇ ଓଡ଼ିଶାର ମେଢ ପ୍ରଦର୍ଶିତ ହୋଇଛି । ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡିଶାରେ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ଏହି ପ୍ରଜ୍ଞାପନ ମେଢର ଲମ୍ୱ 45 ଫୁଟ ଏବଂ ଉଚ୍ଚତା 14 ଫୁଟ ରହିଛି । ଓଡିଶାରେ ମେଢ ସହ ସମ୍ୱଲପୁରୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ମେଢର ସମ୍ମୁଖ ଭାଗରେ ହାତୀ ଉପରେ ବସି ଭଗବାନ କୃଷ୍ଣ ବଂଶୀ ବାଦନ କରୁଥିବା ଦେଖିବାକୁ ମିଳିଛି । ଏସବୁ ଦୃଶ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025