ଓଡିଶାରେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡିଶାରେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଜେପି ନେତାମାନେ ଅଶ୍ୱିନୀଙ୍କୁ ସ୍ୱାଗତ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ମୁଁ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ । ମୋର ସାର୍ବଜନିକ ଜୀବନର ସମସ୍ତ ନିର୍ଣ୍ଣୟ ଦଳ ନିଏ । କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏଭଳି ସୁଯୋଗ ମିଳିଛି । ଆଜି ସକାଳେ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଏହାର କିଛି ସମୟ ପରେ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଥିଲା ବିଜେଡି । ବିଜେଡି ସମର୍ଥନ ଜଣାଇଥିବା ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *