ଓଡିଶାରେ ତିନି ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଓଡିଶାରେ ତିନି ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯିବା ପରେ ଅଧିକ ଜମୁଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ ଓ ବିଜେଡି ନେତାଙ୍କ ପ୍ରଚାର ଏବଂ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି ।ନିର୍ବାଚନୀ ପ୍ରଚାର ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଫୋକସରେ ଓଡିଶା । ଆଜି ଓଡ଼ିଶାରେ ୩ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରି ବିଷ୍ଣୁଦେବ ସାଏ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର କରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଥମେ କବିସୂର୍ଯ୍ୟନଗର, ତା ପରେ କଂଟାବାଜି ଓ ଲୋଇସିଂଘା ପରେ ଶେଷରେ ସନ୍ଧ୍ୟାରେ କଣାସରେ ଜନସଭା କରିବେ । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ମଧ୍ୟ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର, ତା ପରେ ଦଶପଲ୍ଲା ଓ ଜି. ଉଦୟଗିରିରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ବୀରମିତ୍ରପୁର, ରାଜଗାଙ୍ଗପୁରର ଜାମପାଲି, ସୁନ୍ଦରଗଡ଼ର ବିଲେଇମୁଣ୍ଡାରେ ଜନସଭାକୁ ସମ୍ବୋଧନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *