ଓଡିଶାରେ ଦିଦିଙ୍କ ରାଜ୍ !

ଓଡିଶାରେ ଦିଦିଙ୍କ ରାଜ୍ !

ମୁଖ୍ୟମନ୍ତ୍ରୀଙ୍କୁ ଖାତିର କରୁନାହାନ୍ତି କି ସେବାୟତ ? କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଲୁଚାଇ ଏତେ ବଡ କାମ କଲେ ସେବାୟତ ? ହଁ ଆଜ୍ଞା, ପଶ୍ଚିମବଙ୍ଗର ଦୀଘା ଠାରେ ପ୍ରତିଷ୍ଠା କରାଯାଇଥିବା ନୂତନ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ମୁଣ୍ଡ ଟେକୁଛି । ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଉଦ୍ଦିଷ୍ଟ ଦାରୁରେ ଦିଅଁ ଗଢି ପଶ୍ଚିମବଙ୍ଗ ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । କିନ୍ତୁ ଏହି ପ୍ରାଣ ପ୍ରତିଷ୍ଠା ଆଉ କେହି ନୁହଁନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ନିଜେ ମୂର୍ତି ତିଆରି କରାଇ ଦୀଘା ନେଇ ପ୍ରତିଷ୍ଠା କରାଇଛନ୍ତି । ଆଉ ମହାପ୍ରଭୁଙ୍କ ଏହି ଦାରୁ ବିଭ୍ରାଟ ଜଣାପଡିବା ପରେ ସବୁଆଡେ ହଇଚଇ ସୃଷ୍ଟି ହୋଇଛି ।

ଦଇତାପତି କିପରି ପୁରୀରୁ ଜଗନ୍ନାଥଙ୍କ ଦାରୁରେ ମୂର୍ତି ଗଢି ଦୀଘାରେ ନେଇ ପ୍ରତିଷ୍ଠା କଲେ, ଏବଂ ପ୍ରଶାସନ କିପରି ଜାଣିପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି । ଏହା ସହ ଦଇତାପତିଙ୍କ କଥାରେ ମଧ୍ୟ ତାଳମେଳ ରହୁନଥିବାରୁ ସନ୍ଦେହ ଆହୁରି ତୀବ୍ର ହୋଇଛି । କାରଣ ଦଇତାପତି ପଶ୍ଚିମବଙ୍ଗର ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ସେ ତିଆରି କରିଥିଲେ ବୋଲି । ୧୨ ରୁ ୧୯ ବର୍ଷ ଅନ୍ତରରେ ମହାପ୍ରଭୁଙ୍କର ନବକଳେବର ହୁଏ । ଯେଉଁ ଦାରୁବ୍ରହ୍ମ ପାଇଁ ଆମକୁ ସ୍ବପ୍ନ ହୁଏ, ଯେଉଁ ଦାରୁବ୍ରହ୍ମ କାଠ ଆମେ ଆଣୁ, ପ୍ରଭୁ ତିଆରି ହେବା ପରେ ମନ୍ଦିର ଭିତରେ କିଛି କାଠ ଆମ ପାଖରେ ଥାଏ । ଏହା ସହ ମମତା ଯେତେବେଳେ ତାଙ୍କୁ ପଥର ମୂର୍ତି ସ୍ଥାପନ କଥା କହିଥିଲେ , ସେତେବେଳେ ଦଇତାପତି ତାଙ୍କୁ କାଠର ମୂର୍ତ୍ତି ଆଣିବା ନେଇ କହିଥିବା ନିଜେ କହିଛନ୍ତି । ଆଉ ଏଥିରୁ ଦଇତାପତି ବଳକା ଦାରୁରେ ହିଁ ଜଗନ୍ନାଥ ମୂର୍ତ୍ତି ଗଢିଥିବା ଆଶଙ୍କା କରାଯାଉଛି । କିନ୍ତୁ ପୁରୀରେ ପ୍ରେସମିଟରେ କହିଛନ୍ତି ଯେ, ଦୀଘା ଜଗନ୍ନାଥ ମନ୍ଦିରରେ ଯେଉଁ ମୂର୍ତ୍ତି ବସିଛନ୍ତି ତାହା ନିମ କାଠରେ ତିଆରି ମୂର୍ତ୍ତି ବୋଲି । ସେ ନିଜେ ପୁରୀରୁ ନିମ କାଠ ନେଇ ଯାଇଥିଲେ ବୋଲି । ଏବଂ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡା ଆଉ କେଉଁଠିରେ ପ୍ରତିଷ୍ଠା ହୋଇପାରିବନି ବୋଲି । ଆଉ ଏହି ଦୁଇଟି ବୟାନ ଦଇତାପତିଙ୍କୁ ଆହୁରି ବିବାଦ ଭିତରକୁ ଠେଲିଦେଉଛି ।

ଅନ୍ୟପଟେ ୧୨ ବର୍ଷରେ ଥରେ ସ୍ୱପ୍ନାଦେଶରେ ପ୍ରାପ୍ତ ଏହି ଦୁର୍ଲଭ ଦାରୁର ବଳକା ଅଂଶ ଶ୍ରୀମନ୍ଦିରର ମେଘନାଦ ପାଚେରୀ ଡେଇଁ କିପରି ଦୀଘାରେ ପହଁଞ୍ଚିଲା ତାକୁ ନେଇ ଖୋଳତାଡ ବି ଆରମ୍ଭ ହୋଇଛି । ଅନ୍ୟପଟେ କେବଳ ଦାରୁ ଯିବା ଘଟଣା ନୁହେଁ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥଙ୍କ ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ନାମରେ ନାମିତ କରିବାକୁ ନେଇ ବି ଅସନ୍ତୋଷ ବ୍ୟାପିବାରେ ଲାଗିଛି । ପୁରୀ ଧାମ ଜଗନ୍ନାଥ ଧାମଭାବରେ କାଇଁ କେଉଁକାଳୁ ପରିଚିତ ଥିବା ବେଳେ ପଶ୍ଚିମବଙ୍ଗରେ ନୂଆ କରି ହୋଇଥିବା ଜଗନ୍ନାଥ ମନ୍ଦିରକୁ ମମତା ସରକାର କିପରି ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କଲେ ତାକୁ ନେଇ ମଧ୍ୟ ଅସନ୍ତୋଷର ନିଆଁ କୁହୁଳୁଛି । ଏବଂ ଏହି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *