ଓଡିଶାରେ ନାହିଁ HMPV ଭାଇରାସ୍ । ବର୍ତମାନ ସୁଦ୍ଧା ରାଜ୍ୟରେ HMPV ଭାଇରସରେ କେହି ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିନି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବର୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ପରୀକ୍ଷା ପାଇଁ ଯାଇଛି ସେ ସବୁ ନେଗେଟିଭ ଆସିଥିବା ସୂଚନା ମିଳିଛି । ତେଣୁ ଏହି ଭାଇରସକୁ ନେଇ ଏବେ ଭୟଭୀତ ନହେବାକୁ ସୂଚନା ଦିଆଯାଇଛି । ତେବେ ଏହି ଭାଇରସରେ ଆକ୍ରାନ୍ତ ହେବାର ଲକ୍ଷଣ ହେଉଛି ଥଣ୍ଡା –ଜ୍ୱର । ଏବଂ ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ, କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ । ଭାଇରସକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ କଡା ନଜର ରଖିଛନ୍ତି ।

You can share this post!
author